Home ଜିଲ୍ଲା ପରିକ୍ରମା ଗୀତା ମାହାତ୍ମ୍ୟ ପ୍ରବଚନର ଦଶମ ଅଧିବେଶନ

ଗୀତା ମାହାତ୍ମ୍ୟ ପ୍ରବଚନର ଦଶମ ଅଧିବେଶନ

50

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗରଦପୁରରେ ଗୀତା ମାହାତ୍ମ୍ୟ ପ୍ରବଚନର ଦଶମ ଅଧିବେଶନ ଅଧିବକ୍ତା ମନୋରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଶ୍ରୀମଦ୍ ଭ୍‌ବବତ୍ ଗୀତା ଜୟନ୍ତୀ ପାଳନ କରାଯାଇଛି। ଦିବଗଂତ ବରିଷ୍ଠ ସାମ୍ବାଦିକ ପରମାନନ୍ଦ ଦାସଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ପରେ ସଙ୍ଗୀତ ଗୁରୁ ସୁରେନ୍ଦ୍ର ଗାହାଣଙ୍କ ତତ୍ୱାବଧାନରେ କଣ୍ଠଶିଳ୍ପୀ ସ୍ନିଗ୍ଧା, ପ୍ରଜ୍ଞାଶ୍ରୀ, ଦୁବରାଜ ଏବଂ ଗଣେଶ ସଙ୍ଗୀତ ପରିବେଷଣ କରିଥିଲେ। ଗାନ୍ଧୀ ଓଡ଼ିଶା ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସଙ୍କ ସ୍ୱାଗତ ଭାଷଣ ଓ ଶିକ୍ଷୟତ୍ରୀ ମନୋରମା ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭାରେ ମୁଖ୍ୟ ଅତିଥି ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ଡ. ରାମଚନ୍ଦ୍ର ପଣ୍ଡା ଗୀତା ପଠନରେ ମନୁଷ୍ୟ ନିଜ ଜୀବନରେ କିପରି ଆଲୌକିକ ପରିବର୍ତ୍ତନ ଆଣିପାରିବ ତାହା ବୁଝାଇଥିଲେ। ସମ୍ମାନିତ ଅତିଥି ପ୍ରାକ୍ତନ ଇଂରାଜୀ ବିଭାଗର ପ୍ରାଧ୍ୟାପକ ଗୋଲକ ବିହାରୀ ସାହୁ ଗୀତାର ଶ୍ଳୋକ ଆବୃତି କରି ବିଷ୍ଲେଶଣ ମାଧ୍ୟମରେ ତାର ନିର୍ଯ୍ୟାସକୁ ମନୁଷ୍ୟ ଆହରଣ କଲେ ଭଗବତ୍ – ସପ୍ତାକୁ ଉପଲବ୍ଧି କରିପାରିବେ ବୋଲି କହିଥିଲେ। ମୁଖ୍ୟ ବକ୍ତା “ଅମୃତ ଦର୍ଶନ”ର ସମ୍ପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଗୀତା ଜୟନ୍ତୀ ସମ୍ପର୍କରେ ବିଶଦ ଆଲୋକପାତ ପୂର୍ବକ ନିଜର ଚିତ ଶୁଦ୍ଧି ଓ ଭଗବାନଙ୍କ ପ୍ରାପ୍ତି ନିମିତ ଗୀତା ପଠନ ଯେ କେତେ ଜରୁରୀ ତାହା ଅବତାରଣା କରିଥିଲେ। ସଭାରେ ଡ. କିରଣ ଚନ୍ଦ୍ର ଗୁଇଁ, ସମାଜସେବୀ ସୁଧାକର ରାଉତ, ଶିକ୍ଷାବିତ୍ ଲକ୍ଷ୍ମଣ କୁମାର ମହାନ୍ତି, ଧରଣୀଧର ସେଠୀ, ମଦନମୋହନ ମହାନ୍ତ, ରାମପ୍ରସାଦ ମହାନ୍ତି, ଗବେଷକ ଶିଶିର ମହାପାତ୍ର, ସତ୍ୟେନ୍ଦ୍ର କୁମାର ବହଳି, ରବିନାରାୟଣ ଜେନା, ପର୍ଶୁରାମ ସାହୁ, ରାମଚନ୍ଦ୍ର କର, କୈଳାସ ଦାସ, ନିରଞ୍ଜନ ସିଂ, ଅମୂଲ୍ୟ ପାଢୀ଼, ପ୍ରଶାନ୍ତ ମହାନ୍ତି, ସନ୍ତୋଷ ମହାପାତ୍ର, ବିଶ୍ୱ ଶୁଭମ ମହାନ୍ତି, ରଞ୍ଜନ ମହାନ୍ତି, ମଧୁସୂଦନ ତ୍ରିପାଠୀ, ଅଜୟ ହୋତା, ରମାକାନ୍ତ ମିଶ୍ର ଓ ସୁଧାଂଶୁ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଗରଦପୁର ଗ୍ରାମ ବିକାଶ କମିଟିର ସମ୍ପାଦକ ହୃଷିକେଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.