Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ପକ୍ଷରୁ ଡଃ ବାବ ସାହେବ ଆମ୍ବେଦକରଙ୍କର ୬୬ତମ ମହାପରିର୍ନିବାଣ ଦିବସ...

ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ପକ୍ଷରୁ ଡଃ ବାବ ସାହେବ ଆମ୍ବେଦକରଙ୍କର ୬୬ତମ ମହାପରିର୍ନିବାଣ ଦିବସ ପାଳିତ

20

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସଂସ୍କୃତି ଭବନ ପରିସର ମଧ୍ୟରେ ଦଳିତ ମହାସଂଘ ପକ୍ଷରୁ ବାବା ସାହେବ ଆମ୍ବେକରଙ୍କ ମହାପରିର୍ନିବାଣ ଦିବସ ଏବଂ ସଂମ୍ବିଧାନର ସୁରକ୍ଷା ପ୍ରତ୍ୟେକ ନାଗରିକଙ୍କର ମୌଳିକ କର୍ତ୍ତବ୍ୟ ସମ୍ପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଆମ୍ବେଦକର ବାଦୀ ମହେନ୍ଦ୍ର କୁମାର ମଲ୍ଲିକ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଚରମ୍ପା ମହା ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସୌରେଶ ଚନ୍ଦ୍ର ମହାନ୍ତି, ମୁଖ୍ୟ ବକ୍ତା ସତ୍ୟ ପ୍ରକାଶ ସେଠୀ, ସମ୍ମାନୀତ ଅତିଥି ସର୍ବଶ୍ରୀ ଆଇନ୍‌ଜିବୀ ତାହେର ମହମ୍ମଦ, ସମାଜସେବୀ ଜମ୍ବୁବତୀ ଦାସ, ବରିଷ୍ଠ ନେତା ସଚିଦାନନ୍ଦ ମହାନ୍ତି, ଭରତ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗଦେଇ ସଭା ପ୍ରାରମ୍ଭରେ ବାବା ସାହେବ ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜୋଳନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହାନ୍ତି ତାଙ୍କ ବକ୍ତବ୍ୟରେ ବାବା ସାହେବ ଆମ୍ବେଦକରଙ୍କୁ ଭାରତବର୍ଷର ଏକ ଅମୁଲ୍ୟରତ୍ନ ବୋଲି ଅବିହିତ କରିଥିବାବେଳେ ତାଙ୍କ ଦ୍ୱାରା ଲିଖିତ ସମ୍ବିଧାନ ପ୍ରତ୍ୟେକ ଭାରତୀୟଙ୍କ ସୁରକ୍ଷା କବଜ। ସମ୍ବିଧାନର ସୁରକ୍ଷା ଦିଗରେ ପ୍ରତ୍ୟେକ ଭାରତୀୟ ଯତ୍ନବାନ ହେବା ସହ ସମସ୍ତଙ୍କ ନ୍ୟାର୍ଯ୍ୟ ଅଧିକାର ମିଳୁ ବୋଲି ବକ୍ତବ୍ୟ ଦେଇଥିଲେ। ମୁଖ୍ୟ ବକ୍ତା ଶ୍ରୀ ସେଠୀ ଏବଂ ସମ୍ମାନୀତ ଅତିଥିମାନେ ସେମାନଙ୍କର ବକ୍ତବ୍ୟରେ ବାବ ସାହେବ ଆମ୍ବେଦକରଙ୍କ ବହୁ ମୁଖି ପ୍ରତିଭା ଏବଂ ସଂଘର୍ଷମୟ ଜୀବନର କାହାଣୀ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ।

ସମାନତା, ସ୍ୱତନ୍ତ୍ରତା, ଭାଇଚାରା ଓ ନ୍ୟାୟ ପ୍ରତ୍ୟେକ ଭାରତୀୟଙ୍କ ମୌଳିକ ଅଧିକାର। ସମାଜର ତଳସ୍ତରର ଲୋକମାନେ କିପରି ସାମାଜିକ ମୁଖ୍ୟସ୍ରୋତରେ ସାମିଲ ହେବେ ସେଥିପାଇଁ ସମସ୍ତେ ଶିକ୍ଷିତ ହୋଇ ସଂଗଠିତ ହେବା ସହ ନ୍ୟାର୍ଯ୍ୟ ଅଧିକାର ପାଇଁ ଲଢ଼େଇ କରିବା ପାଇଁ ଆଗେଇ ଆସିବା ଉଚିତ ବୋଲି ବକ୍ତା ମାନେ ବକ୍ତବ୍ୟ ଦେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଜ୍ଞାନ ପ୍ରକାଶ ପାଣି, ବିଦ୍ୟାଧର ଜେନା, ଆମ୍ବେଦକରବାଦୀ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ବାବା ସାହେବ ଆମ୍ବେଦକରଙ୍କର ବହୁମୁଖି ପ୍ରତିଭା ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ। ଦଳିତ ସମାଜର ଉତ୍‌ଥାନ ପାଇଁ ବିଭିନ୍ନ ସ୍ଥରରେ କାର୍ଯ୍ୟ କରୁଥିବା ଅବସରପ୍ରାପ୍ତ ଶିକ୍ଷକ ତଥା ଭଣ୍ଡାରିପୋଖରୀ ବ୍ଲକ ଦଳିତ ସଂଘର ସଭାପତି ଊମାକାନ୍ତ ଜେନା ଏବଂ ଭଦ୍ରକ ବ୍ଲକ ବାହାଦଲପୁର ଠାରେ ଥିବା କାନ୍ତକବି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୀତାରାମ ସିଂଙ୍କୁ ମହାସଂଘ ପକ୍ଷରୁ ଦଳିତ ସମାଜର ଦରଦୀବନ୍ଧୁ ସମ୍ମାନରେ ସମ୍ମାନୀତ କରାଯିବା ସହ ଉପଢୌକନ ମାନପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଲେଇ ପଞ୍ଚାୟତର ସରପଞ୍ଚ ନିରଞ୍ଜନ ମଲ୍ଲିକ, ବରିଷ୍ଠ ନେତା ପ୍ରଭାତ ଜେନା, ଆଇନ୍‌ଜୀବୀ ମନୋରଞ୍ଜନ ଦାସ, ସୀମାନ୍ତ ମଙ୍ଗରାଜ ମହାପାତ୍ର, ଫାରୁକ୍ ଖାଁ, ସୁରେଶ ଶର୍ମା, ସେଖ୍ ତସ୍‌ଲିମ୍‌, ସେଖ୍ ସାମ୍‌ଦାନୀ, ଭଣ୍ଡାରିପୋଖରୀ ବ୍ଲକ ସଂଘ ନେତା ରବିନ୍ଦ୍ର କୁମାର ଜେନା, ଆଇନ୍‌ଜୀବୀ, ବିଚିତ୍ରାନନ୍ଦ ଜେନାଙ୍କ ସମେତ ବିଭିନ୍ନ ବ୍ଲକରୁ ଶତାଧିକ ଆମ୍ବେଦକରବାଦୀ ଯୋଗଦେଇଥିଲେ। ସଭାଶେଷରେ ଛାତ୍ରନେତା ରାଜେଶ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.