Home ଓଡ଼ିଶା ଗିରଫ ହେଲେ ଭଦ୍ରକ ଡିଆଇବି

ଗିରଫ ହେଲେ ଭଦ୍ରକ ଡିଆଇବି

410

ଭଦ୍ରକ, ୩୧/୧୦, (ଓଡ଼ିଆ ପୁଅ ପି ନାୟକ): ଚେକ୍ ବାଉନ୍ସ ମାମଲାରେ ଏବେ ଫସିଛନ୍ତି ଭଦ୍ରକ ଜିଲ୍ଲା ଡିଆଇବି ଡିଏସପି ଗୌତମ ମଲ୍ଲିକ। ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ ପରେ ଡିଏସପିଙ୍କୁ ଭୁବନେଶ୍ବର କଳିଙ୍ଗ ଷ୍ଟୁଡିଓ ନିକଟରୁ ଗିରଫ କରାଯାଇଥିଲା। ପରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟରେ ହାଜର କରାଯାଇଥିବା ସୂଚନା ମିଳିଛି। ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୩ ମସିହାରେ ଆନନ୍ଦପୁରର ବାସିନ୍ଦା ରଘୁନନ୍ଦନ ଦେଓଙ୍କଠାରୁ ଜମି କରାଇଦେବା କହି ୨୦ ଲକ୍ଷ ଟଙ୍କା ସେ ନେଇଥିଲେ। ହେଲେ ଜମି କରାଇପାରି ନପାରି ୧୦ ଲକ୍ଷ ଫେରାଇ ଦେଇଥିଲେ। ମାତ୍ର ବାକି ୧୦ ଲକ୍ଷ ଫେରାଇ ନଥିଲେ। ଏହାକୁ ନେଇ ରଘୁନନ୍ଦନ ଏକ ମାମଲା ରୁଜୁ କରିଥିଲେ। ତେବେ ଚେକ୍ ବାଉନ୍ସ କେସରେ କୋର୍ଟର ଅବମାନନା କରିଥିବା ଦର୍ଶାଇ ଦିଲ୍ଲୀ କୋର୍ଟ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.