Home ଅନୁଗୁଳ ଭାଲୁ ଆକ୍ରମଣରେ ବ୍ୟକ୍ତି ଗୁରୁତର, ମେଡିକାଲରେ ଭର୍ତ୍ତି

ଭାଲୁ ଆକ୍ରମଣରେ ବ୍ୟକ୍ତି ଗୁରୁତର, ମେଡିକାଲରେ ଭର୍ତ୍ତି

114

ଅନୁଗୁଳ, ୩୧/୧୦, (ଓଡ଼ିଆ ପୁଅ ପି ନାୟକ): ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ ମାରୁଢିପ ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତେବେ ଗୁରୁତର ଜଣକ ହେଲେ ମାରୁଢିପ ଗ୍ରାମର ଅଚ୍ୟୁତ ମାଝି (୪୧) ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ମାରୁଢିପ ଗ୍ରାମର ଅଚ୍ୟୁତ ମାଝୀ ଭୋର ୪ଟା ବେଳେ ଘରପଛପଟକୁ ଶୌଚ ହେବା ପାଇଁ ଯାଇଥିଲେ। ହେଲେ ସେହି ସମୟରେ ହଠାତ ତାଙ୍କୁ ଏକ ଭାଲୁ ଆକ୍ରମଣ କରିଥିଲା। ଫଳରେ ଭାଲୁର ନଖ ପଶିଯିବାରୁ ତାଙ୍କ ବେକରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଛେଣ୍ଡିପଦା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଅନୁଗୁଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.