Home ଅପରାଧ ଉପକାରାଗାରରେ ମାଦକୀୟ ଦ୍ରବ୍ୟ ଓ ମୋବାଇଲ୍ ଦେବା ଦାବିରେ ଜେଲ୍ ଅନ୍ତେବାସୀଙ୍କ ଅନଶନ

ଉପକାରାଗାରରେ ମାଦକୀୟ ଦ୍ରବ୍ୟ ଓ ମୋବାଇଲ୍ ଦେବା ଦାବିରେ ଜେଲ୍ ଅନ୍ତେବାସୀଙ୍କ ଅନଶନ

105

ବରଗଡ ୩୧ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଦେଶରେ ନିଜର ହକ ଅଧିକାରରୁ ବଞ୍ଚିତ ହେଉଥିବା ବ୍ୟକ୍ତି ବା ସଙ୍ଗଠନ ସେମାନଙ୍କର ନ୍ୟାର‌୍ୟ୍ୟ ଦାବି ହାସଲ କରିବାକୁ ବିଭିନ୍ନ ସମୟରେ ନିଜ ଜିଦ୍‌ରେ ଅଟଳ ରହି ଅନସନ କରୁଥିବା ଦେଖିବାକୁ ମିଳିଥାଏ। ସେହିପରି ବରଗଡ ଉପ-କାରାଗାରରେ କିଛି ଅପରାଧୀ ଅନଶନରେ ବସି ନିଜେ ଉପବାସରେ ରହି ଉପକାରାଗାରରେ ଥିବା ୨୫୦ଅନ୍ତୋବାସୀଙ୍କୁ ଉପବାସ ରଖିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଉପକାରାଗାରରେ ମାଦକୀୟ ଦ୍ରବ୍ୟ ତଥା-ଗଞ୍ଜେଇ, ବିଡି, ସିଗାରେଟ, ଗୁଟ୍‌ଖା ଏବଂ ମୋବାଇଲ୍‌ରେ ଗପସପ ସୁବିଧା ସହ କୌଣସି ସମୟରେ ପରିବାରବର୍ଗଙ୍କୁ ସାକ୍ଷାତ କରିବା ପାଇଁ ଅନୁମତି ଦେବାକୁ ଜିଦ୍ କରି ଅନଶନ ଆରମ୍ଭ କରିଥିଲେ। କଏଦୀମାନେ ଜିଦ୍‌ରେ ଅଟଳ ରହିଥିଲେ। ପରେ ରାତି ସାଢ଼େ ୭ଟାରେ ରନ୍ଧାବଢ଼ା ହୋଇଥିଲା ଏବଂ ସବୁ କଏଦୀ ଖାଇବାକୁ ଯାଇଥିଲେ‌ବୋଲି ଜେଲର୍ ନୀଳିମା କୁଲୁ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଡିଆଇଜି (କାରାଗାର) ଅମିୟ ପଟ୍ଟନାୟକ ଏହି ସ୍ଥିତିର ସମୀକ୍ଷା କରିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.