Home ଓଡ଼ିଶା ଗିରଫ ସର୍ପଧରାଳି ଅଜୟ ଦାସଙ୍କୁ ଖୋର୍ଦ୍ଧା ଡି.ଏଫ୍‌.ଓ ଙ୍କୁ ହସ୍ତାନ୍ତର

ଗିରଫ ସର୍ପଧରାଳି ଅଜୟ ଦାସଙ୍କୁ ଖୋର୍ଦ୍ଧା ଡି.ଏଫ୍‌.ଓ ଙ୍କୁ ହସ୍ତାନ୍ତର

125

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୪/୮-ନୟାଗଡ ଜିଲ୍ଲା ରଣପୁର ବନାଂଚଳ ବାଘ ଶିକାର ଘଟଣା ଭିନ୍ନ ମୋଡ ନେଇଛି । ଏସ୍‌.ଟି.ଏଫ୍‌. ଓ ବନବିଭାଗ ଦ୍ୱାରା ୭ଜଣ ଗିରଫ ହୋଇ ଜେଲ୍ ଯିବା ପରେ ପୁଣି ତନାଘନା ଚାଲିଛି । ସ୍ନେକ୍ ହେଲ୍ପ୍ ଲାଇନ୍ ର ସଦସ୍ୟ ଅଜୟ ଦାସଙ୍କୁ ନେଇ ବନ ବିଭାଗ ତଦନ୍ତ କରୁଥିବା ବେଳେ  ଅଜୟ ଦାସ ବନ ବିଭାଗରୁ ଫେରାର୍ ହୋଇଯାଇଥିଲେ । ଫଳରେ ଅଜୟ ଦାସଙ୍କ ପରିବାର ତରଫରୁ ଏକ ଅପହରଣର ନାଟକ କରାଯାଇ ରଣପୁର ରେଞ୍ଜର୍ ଶରତ ଚନ୍ଦ୍ର ଶତପଥିଙ୍କୁ ବଦନାମ କରିବା ପାଇଁ ଚେଷ୍ଟା କରାଯାଇଥିଲା ।

ପୋଲିସ୍ ଦ୍ୱାରା ଅଜୟର ଗିରଫ୍ ପରେ ଅପହରଣ ନାଟକର ଅନ୍ତ ଘଟିଛି । ନୟାଗଡ ବନଖଣ୍ଡ ଅଧିକାରୀ ସମ୍ୟକ୍ ସାମନ୍ତରାୟ ଗିରଫ ଅଜୟଙ୍କୁ ନିଜ ହେପାଜତରେ ରଖି ପଚରାଉଚରା ଜାରି ରଖିଥିବା ଜଣାପଡିଛି । ବାଘ ଚମଡା ବ୍ୟବସାୟ କ୍ଷେତ୍ରରେ ଅଧିକ ଅନେକ ତଥ୍ୟ ଅଜୟଠାରୁ ମିଳିପାରିବ ବୋଲି ଡି.ଏଫ୍‌.ଓ ସମ୍ୟକ୍ ସାମନ୍ତରାୟ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.