Home ଓଡ଼ିଶା ରାଜସ୍ଥାନରୁ ଜଗନ୍ନାଥ ଧାମକୁ ମାନସିକ ଯାତ୍ରା

ରାଜସ୍ଥାନରୁ ଜଗନ୍ନାଥ ଧାମକୁ ମାନସିକ ଯାତ୍ରା

114

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୪/୮/-ସାରା ବିଶ୍ୱରେ ଜଗନ୍ନାଥ ଧାମକୁ ଆସି ଜଗନ୍ନାଥଙ୍କୁ ଦର୍ଶନ କରିବାରେ ବିଶେଷ ଆଗ୍ରହ ପ୍ରକାଶ ପାଇଥାଏ । କିଏ ଉଡାଜାହାଜରେ ଆସେ ତ କିଏ ଟ୍ରେନ୍ ଓ ଗାଡି ମୋଟର ରେ ଆସନ୍ତି । କିନ୍ତୁ ଖାଲି ପାଦରେ ଚାଲି ଚାଲି ବାଟ ସାରା ପାହାଡା ପଡି ଜଗନ୍ନାଥ ଧାମକୁ ଆସି ଜଗନ୍ନାଥ ଦର୍ଶନ କରିବା ଏକ ଦୁଃରୁହ ବ୍ୟାପାର । ରାଜସ୍ଥାନ କାରୋଲ୍ ଜିଲ୍ଲାରୁ ୪ଜଣ ବୃଦ୍ଧ ୨୦୧୯ମସିହା ନଭେମ୍ବର ୩୦ ତାରିଖରୁ ଜଗନ୍ନାଥ ଧାମ ଯାତ୍ରା ଆରମ୍ଭ କରିଥିବା ଜଣାପଡିଛି ।

ସମାନେ ଦିନକୁ ୧୦ କି.ମି. ଯାତ୍ରା କରିଥାନ୍ତି । ରାସ୍ତାରେ ଆଶ୍ରୟ ନେଇ ପରଦିନ ପୁଣି ଯାତ୍ରା ଆରମ୍ଭ କରିଥାନ୍ତି । ଏହି ୪ଜଣିଆ ଟିମ୍ ଗତ ଅଗଷ୍ଟ ୧୩ ତାରିଖ ସଂଧ୍ୟାରେ ନୟାଗଡ ଜିଲ୍ଲ୍‌ା ରଣପୁରରେ ପହଁଚିଥିଲେ । ସତ୍ୟ ସାଇ ସେବା ଟ୍ରଷ୍ଟ୍ ତରଫରୁ ଏହି ୪ଜଣଙ୍କୁ ଅଭ୍ୟର୍ଥନା କରାଯାଇଛି । ପୁଣି ଏହି ୪ଜଣ ଅଗଷ୍ଟ ୧୪ ତାରିଖ ସକାଳୁ ଜଗନ୍ନାଥ ସଡକରୁ ଜଗନ୍ନାଥ ଧାମ ଯାତ୍ରା କରିଥିବା ଜଣାପଡିଛି । ଯାତ୍ରାର ଅଭିଜ୍ଞତା ସଂପର୍କରେ ସେମାନଙ୍କୁ ପଚାରିଲେ କୁହନ୍ତି ‘ଓଡିଶା ସବୁଠୁ ଭଲ’ । ଗୋଟିଏ ସାଇକେଲ୍ ରେ ସେମାନଙ୍କର ନିତ୍ୟ ବ୍ୟବହାର ଜିନିଷ ରଖି ନେଉଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.