Home ଜିଲ୍ଲା ପରିକ୍ରମା ଜିଲା ମୁଖ୍ୟ ଚିକିତ୍ସାଳୟ ରୋଗୀ କଲ୍ୟାଣ ସମିତି ବୈଠକ

ଜିଲା ମୁଖ୍ୟ ଚିକିତ୍ସାଳୟ ରୋଗୀ କଲ୍ୟାଣ ସମିତି ବୈଠକ

55

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) — ଜିଲା ମୁଖ୍ୟ ଚିକିତ୍ସାଳୟ ରୋଗୀକଲ୍ୟାଣ ସମିତିର ବୈଠକ ଆଜି ସାଂସଦ ମଂଜୁଲତା ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚାନ୍ଦବାଲି ବିଧାୟକ ତଥା ଜିଲା ଯୋଜନାବୋର୍ଡ ଅଧ୍ୟକ୍ଷ ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାୟକ ସଂଜୀବ ମଲ୍ଲିକ, ଜିଲା ପରିଷଦ ସଭାପତି ଦ୍ୱିଜବର ରାଉତ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ। ଜିଲାପାଳ ଡ-ଜ୍ଞାନ ଦାସ ଓ ଜିଲା ମୁଖ୍ୟ ଚକିିତ୍ସାଧୀକାରୀ ସନ୍ତୋଷ କୁମାର ପାତ୍ରଙ୍କ ଅନ୍ୟ ସ୍ୱାସ୍ଥ୍ୟବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଅଧ୍ୟକ୍ଷତା କରି ସାଂସଦ ଶ୍ରୀମତୀ ମଣ୍ଡଳ ମୁଖ୍ୟ ଚକିିତ୍ସାଳୟରେ ରୋଗୀସେବାରେ କେମିତି ଉନ୍ନତି ହୋଇପାରିବ, ପ୍ରସ୍ତାବିତ ନୂତନ ମୁଖ୍ୟ ଚକିିତ୍ସାଳୟ ବିଲ୍ଡିଂ ନିର୍ମାଣର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ। ବୈଠକରେ ଉପସ୍ଥିତ ବିଧାୟକମାନେ କରୋନା ସମୟରେ ସ୍ୱାସ୍ଥ୍ୟବିଭାଗର କର୍ମଚାରୀମାନେ ଯେଭଳି ଦାୟତ୍ୱ ନିଭାଉଛନ୍ତି ତାହା ପ୍ରଶଂସନୀୟ ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.