Home ଆମ ସଂସ୍କୃତି, କଳା ଓ ଐତିହ୍ୟ ଗାନ୍ଧୀ ଭବନରେ ଯାତ୍ରୀମାନଙ୍କୁ ସମ୍ବର୍ଦ୍ଧନା

ଗାନ୍ଧୀ ଭବନରେ ଯାତ୍ରୀମାନଙ୍କୁ ସମ୍ବର୍ଦ୍ଧନା

95

ଭୁବନେଶ୍ୱର/କଟକ୧୦ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗାନ୍ଧୀ ୧୫୦ ଅବସରରେ ରାଷ୍ଟ୍ରୀୟ ଯୁବା ସଙ୍ଗଠନ,ଉତ୍କଳ ଗାନ୍ଧୀ ସ୍ମାରକ ନିଧି,ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଓ ରାଜୀବ ଗାନ୍ଧୀ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶା ବ୍ୟାପି ତିନୋଟି ପର‌୍ୟ୍ୟାୟରେ ହେବାକୁ ଥିବା ଶାନ୍ତି-ସଂହତି-ସଦଭାବନା ଯାତ୍ରାର ଯାତ୍ରୀମାନେ ଆଜି ସକାଳୁ ସ୍ୱାଧୀନତା ଆନ୍ଦୋଳନର ପ୍ରାଣକେନ୍ଦ୍ର କଟକ ବାଖରାବାଦ ସ୍ଥିତ ଗାନ୍ଧୀ ଭବନରୁ ମାଲକାନଗିରିର ମାଥିଲି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।କୋଡ଼ିଏ ଜଣିଆ ଯାତ୍ରୀମାନଙ୍କର ନେତୃତ୍ୱ ନେଉଥିବା ଉତ୍କଳଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ କୃଷ୍ଣା ମହାନ୍ତି ଏହି ଅବସରରେ କହିଲେ ଯେ,’ଆମ ଓଡ଼ିଶା ଗାନ୍ଧୀଙ୍କ ପ୍ରିୟ ଭୂମି ।ଗାନ୍ଧୀଙ୍କୁ ମୋଟେ ଦେଖିନଥିବା ଆଦିବାସୀ ଯୁବକ ଲକ୍ଷ୍ମଣ ନାଏକ ଏ ଦେଶର ସ୍ୱରାଜ ପାଇଁ ହସି ହସି ପ୍ରାଣବଳି ଦେଇଥିଲେ ।ଗାନ୍ଧୀ:୧୫୦ ଅବସରରେ ତାଙ୍କରି ସଂଗ୍ରାମ ପୀଠ ମାଥିଲିରୁ ଏହି ଯାତ୍ରା ଆରମ୍ଭ ହୋଇ ଏଗାରଟି ଜିଲ୍ଲା ଅତିକ୍ରମ କରି ଯାଜପୁରର ବାଲିପଡ଼ିଆ ସ୍ଥିତ ଠକର ବାପା ଆଶ୍ରମ ଠାରେ ଶେଷ ହେବ ।”ଯାତ୍ରାର ସଂଯୋଜକ ଡ଼ାଃ ବିଶ୍ୱଜିତ କହିଲେ ଯେ ,ଯେଉଁମାନେ ସତ୍ୟ,ଶାନ୍ତି,ଗଣତନ୍ତ୍ରରେ ବିଶ୍ୱାସୀ, ସେମାନେ ସମସ୍ତେ ଗାନ୍ଧୀବାଦୀ ।ଏହି ଯାତ୍ରାରେ ରାଷ୍ଟ୍ରୀୟ ଯୁବା ସଙ୍ଗଠନର ରାଜ୍ୟ ସଂଯୋଜକ ସୂର‌୍ୟ୍ୟନାରାୟଣ ନାଥ, ମାନସ ପଟ୍ଟନାୟକ, ସୋନାଲି ମିଶ୍ର,ପ୍ରଦ୍ୟୁମ୍ନ,ଶୁଭଶ୍ରୀ,ପ୍ରିୟଙ୍କା,ପ୍ରଦ୍ୟୁମ୍ନ, ଅରବିନ୍ଦ,ଛୋଟରାୟ ମାଝୀ,ସୌମ୍ୟରଞ୍ଜନ,ଫୁଲଲତା,ସତ୍ୟ ନାରାୟଣ, ରଞ୍ଜିତ ଦେହୁରୀ ତଥା ମଧ୍ୟପ୍ରଦେଶରୁ ଆସିଥିବା ଇସ୍ତାକ ଖାଁ ସାମିଲ ହୋଇଛନ୍ତି । ଗାନ୍ଧୀ ବିଚାର ଆମର ।ଏହି ଯାତ୍ରା ମାଧ୍ୟମରେ ଗାନ୍ଧୀ ବିଚାର ଓ ଆନ୍ଦୋଳନ ଆହୁରି ମଜବୁତ ହେବ ବୋଲି ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି,ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ ମନୋରଞ୍ଜନ ମହାନ୍ତି, ଗାନ୍ଧୀ ସ୍ମାରକ ନିଧିର କାର‌୍ୟ୍ୟକାରୀ ଅଧ୍ୟକ୍ଷ ଡ଼ଃ ସତ୍ୟ ରାୟ, ଜୟନ୍ତୀ ମଞ୍ଜରୀ ରଥ,ସମତା ମଞ୍ଚର ଚିତ୍ତ ମହାନ୍ତି,ଯୁଗୋଳ କିଶୋର ନାୟକ,ସଂଗ୍ରାମୀ ଫୋରମର ପ୍ରଶାନ୍ତ ଦାସ, କାଶୀନାଥ ସ୍ୱାଇଁ, ରାମଚନ୍ଦ୍ର ରାୟ, ପ୍ରବୀର ଜେନା, ଆଗା ଜହୀର,ହରିହର ସେଟ,ଭଗବାନ ନାଥ,ଦୀପକ ବେହେରା ପ୍ରମୁଖ  ଅଭିଯାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଶେଷରେ ମିହିର ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.