Home ଜିଲ୍ଲା ପରିକ୍ରମା ଖରିଫ ଧାନ ସଂଗ୍ରହ ଚାଷୀ ପଂଜିକରଣ ପ୍ରକ୍ରିୟା, ୫୮୧୫୩ ଜଣ ଚାଷୀ ଆବେଦନ କରିଛନ୍ତି, ଶେଷ...

ଖରିଫ ଧାନ ସଂଗ୍ରହ ଚାଷୀ ପଂଜିକରଣ ପ୍ରକ୍ରିୟା, ୫୮୧୫୩ ଜଣ ଚାଷୀ ଆବେଦନ କରିଛନ୍ତି, ଶେଷ ତାରିଖ ୨୮ କୁ ଘୁଞ୍ôଚଲା

26

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୧୫ ତାରିଖ ଥିଲା ଜିଲାର ଧାନ ସଂଗ୍ରହ ପାଇଁ ଚାଷୀ ପଂଜିକରଣର ଶେଷ ତାରିଖ । ଗତକାଲି ଏହି ଧାର୍ଯ୍ୟ ତାରିଖକୁ ସରକାରଙ୍କ ତରଫରୁ ୨୮ ତାରିଖକୁ ବୃଦ୍ଧି କରାଯାଇଛି । ତେବେ ଗତକାଲି ତା ୧୬.୦୮.୨୩ ରିଖ ସୁଦ୍ଧା ଜିଲାରେ ୨୦୨୩-୨୪ ଖରିଫ ପାଇଁ ୫୮୧୫୩ (୬୪.୨୪%) ଜଣ ଚାଷୀ ପଂଜିକରଣ ପାଇଁ ଆବେଦନ କରିଛନ୍ତି । ଗତବର୍ଷ ୨୦୨୨-୨୩ ରେ ୯୦୫୨୩ ଚାଷୀ ପଂଜିକରଣ କରିଥିଲେ । ଏହି ଚାଷୀ ପଂଜିକରଣ ପ୍ରକ୍ରିୟାରେ ୧୦୧ ପ୍ୟାକ୍ସ ଓ ୫୪ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ମିଶାଇ ମୋଟରେ ୧୫୫ ସଂସ୍ଥାକୁ ନିୟୋଜିତ କରାଯାଇଛି । ବାସୁଦେବପୁର ବ୍ଲକ୍‌ର ୨୨ଟି ପ୍ୟାକ୍ସ ୬ଟି ଡବ୍ଲ୍ୟୁଏସ୍‌ଏଚ୍‌ଜି ମୋଟ ୨୮ ଟି ସଂସ୍ଥାରେ ୨୦୨୨-୨୩ ରେ ୧୭୨୫୦ ଚାଷୀ ପଂଜିକରଣ କରିଥିବାବେଳେ ୨୦୨୩-୨୪ ରେ ୧୧୧୭୪ ଚାଷୀ ପଂଜିକରଣ ପାଇଁ ଆବେଦନ କରିଛନ୍ତି । ଭଦ୍ରକର ୧୩ଟି ପ୍ୟାକ୍ସ ୧୫ଟି ଡବ୍ଲ୍ୟୁଏସ୍‌ଏଚ୍‌ଜି ମୋଟ ୨୮ ଟି ସଂସ୍ଥାରେ ଗତ ଖରିଫରେ ୧୪୮୬୦ ଚାଷୀ ପଂଜିକରଣ କରିଥିବାବେଳେ ୨୦୨୩-୨୪ ରେ ୧୦୮୮୦ ଚାଷୀ ପଂଜିକରଣ ପାଇଁ ଆବେଦନ କରିଛନ୍ତି । ବାସୁଦେବପୁର ବ୍ଲକ୍‌ର ୮ଟି ପ୍ୟାକ୍ସ ୮ଟି ଡବ୍ଲ୍ୟୁଏସ୍‌ଏଚ୍‌ଜି ମୋଟ ୧୬ ଟି ସଂସ୍ଥାରେ ୨୦୨୨-୨୩ ରେ ୧୦୩୫୩ ଚାଷୀ ପଂଜିକରଣ କରିଥିବାବେଳେ ଚଳିତ ଖରିଫ ଗତକାଲି ସୁଦ୍ଧା ୮୧୭୩ ଚାଷୀ ଆବେଦନ କରିଛନ୍ତି । ବନ୍ତରେ ୧୦ଟି ପ୍ୟାକ୍ସ ୮ଟି ଡବ୍ଲ୍ୟୁଏସ୍‌ଏଚ୍‌ଜି ମୋଟ ୧୮ ଟି ସଂସ୍ଥାରେ ଗତ ଖରିଫରେ ୧୩୧୩୫ ଚାଷୀ ପଂଜିକରଣ କରିଥିବାବେଳେ ଏଥର ୮୮୬୧, ଚାନ୍ଦବାଲିରେ ୨୧ଟି ପ୍ୟାକ୍ସ ୬ଟି ଡବ୍ଲ୍ୟୁଏସ୍‌ଏଚ୍‌ଜି ମୋଟ ୨୭ ଟି ସଂସ୍ଥାରେ ଗତବର୍ଷ ୧୪୨୦୧ ଓ ଚଳିତବର୍ଷ ଗତକାଲି ସୁଦ୍ଧା ୮୫୧୦ ଚାଷୀ ପଂଜିକରଣ ପାଇଁ ଆବେଦନ କରିଛନ୍ତି । ଧାମନଗର ବ୍ଲକ୍‌ର ୧୨ଟି ପ୍ୟାକ୍ସ ୩ଟି ଡବ୍ଲ୍ୟୁଏସ୍‌ଏଚ୍‌ଜି ମୋଟ ୧୫ ଟି ସଂସ୍ଥାରେ ଗତ ୨୦୨୨-୨୩ ରେ ୭୦୧୭ ଚାଷୀ ପଂଜିକରଣ କରିଥିବାବେଳେ ଚଳିତବଷ ର୍ଗତକାଲି ସୁଦ୍ଧା ୩୬୬୭ ଚାଷୀ ପଂଜିକରଣ ପାଇଁ ଆବେଦନ କରିଛନ୍ତି । ସେହିପରି ତିହିଡି ବ୍ଲକ୍‌ରେ ୧୫ଟି ପ୍ୟାକ୍ସ ୮ଟି ଡବ୍ଲ୍ୟୁଏସ୍‌ଏଚ୍‌ଜି ମୋଟ ୨୩ ଟି ସଂସ୍ଥାରେ ୨୦୨୨-୨୩ ରେ ୧୩୭୦୭ ଚାଷୀ ପଂଜିକରଣ କରିଥିବାବେଳେ ଚଳିତବର୍ଷ ୨୦୨୩-୨୪ ଖରିଫ ପାଇଁ ଗତକାଲି ସୁଦ୍ଧା ୬୮୮୮ ଚାଷୀ ପଂଜିକରଣ ପାଇଁ ଆବେଦନ କରିଛନ୍ତି । ସୂଚନାଯୋଗ୍ୟ ଏହି ଚାଷୀ ପଂଜିକରଣ ଆବେଦନ ପ୍ରକ୍ରିୟା ଗତମାସ ୧୫ ତାରିଖରୁ ଆରମ୍ଭ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.