Home ଜିଲ୍ଲା ପରିକ୍ରମା ଗାନ୍ଧୀ ବାଳାଶ୍ରମରେ ଶ୍ରଦ୍ଧାଞ୍ଜଳି ସଭା

ଗାନ୍ଧୀ ବାଳାଶ୍ରମରେ ଶ୍ରଦ୍ଧାଞ୍ଜଳି ସଭା

47

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କନିକା ପ୍ରଜା ଆନ୍ଦୋଳନର ପୁରୋଧା ସଂଗ୍ରାମୀ ମାୟାଧର ଦାସଙ୍କ ୩୧ତମ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ମାୟାଧର ଦାସ ସ୍ମୃତି କମିଟି ଆନୁକୂଲ୍ୟରେ ଗାନ୍ଧୀ ବାଳାଶ୍ରମ ପରିସରରେ ସମାରୋହରେ ପାଳିତ ହୋଇଛି। ଭଦ୍ରକ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ପ୍ରାକ୍ତନ ଅଧ୍ୟକ୍ଷ, ବରିଷ୍ଠ ଶିକ୍ଷାବିତ୍ ଡ଼. ସୁଦର୍ଶନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅମୃତ ଦର୍ଶନର ସମ୍ପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ, ଗାଳ୍ପିକ ପବିତ୍ର ପାଣିଗ୍ରାହୀ, ଶୈଳବାଳା ମହିଳା ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼. ନିରଞ୍ଜନ ପତି, ବରିଷ୍ଠ ସମାଜସେବୀ ସୁଧାକର ରାଉତ, ଗାନ୍ଧୀ ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ, ଅଧିକ୍ଷକ ହୃଷିକେଶ ମହାନ୍ତି ଅତିଥି ଭାବରେ ଯୋଗ ଦେଇ ସ୍ୱର୍ଗତ ଦାସଙ୍କ ତ୍ୟାଗପୂତ ଜୀବନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। କନିକା ପ୍ରଜା ଆନ୍ଦୋଳନରେ ବିପ୍ଳବୀ ଚକ୍ରଧର ବେହେରାଙ୍କ ପୁରୋଧା ଭାବରେ କନିକା ରାଜାଙ୍କ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ସ୍ୱର୍ଗତ ଦାସ ଯେଭଳି ଭାବରେ ସଂଗ୍ରାମ ଜାରି ରଖିଥିଲେ ତାହା ବାସ୍ତବରେ ଅବିସ୍ମରଣୀୟ। ଯଥାର୍ଥରେ ସେ ଥିଲେ କନିକା ମାଟିର ସୁଯୋଗ୍ୟ ସନ୍ତାନ। ତାଙ୍କର ବହୁବିଧ ପ୍ରତିଭା ଆଜିର ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଶୈଳବାଳା ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ନିରଞ୍ଜନ ପତି, ଭଦ୍ର୍‌କ ଜିଲ୍ଲା ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ତପସ୍ୱନୀ ଦାସ, ବରିଷ୍ଠ କୃଷି ଅଧିକାରୀ, ନାଟ୍ୟକାର ଉପେନ୍ଦ୍ର ମଲ୍ଲିକଙ୍କୁ ମାୟାଧର ଦାସ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ସଭା ପ୍ରାରମ୍ଭରେ ବାଳାଶ୍ରମର ଅନ୍ତେବାସୀମାନେ ସ୍ମୃତି ସଂଗୀତ ଗାନ କରିଥିଲେ। ଏହି ସଭାରେ ହରିହର ନନ୍ଦୀ, ବିଦ୍ୟାଧର ସାହୁ, ଅଜୟ କୁମାର ସାହୁ, ବସୁମିତ୍ରା ସାହୁ, ରାମଚନ୍ଦ୍ର କର, ହରିହର ମହାନ୍ତି, ରବିନାରାୟଣ ଯେନା, କୈଳାସ ଦାସ, ସନ୍ତୋଷ ମହାପାତ୍ର ଓ ଅଶୋକ କୁମାର ସାହୁ ଇତ୍ୟାଦି ଉପସ୍ଥିତ ଥିଲେ। ଶେଷରେ ସ୍ୱର୍ଗତ ଦାସଙ୍କ ସୁପୁତ୍ର ସାମ୍ବାଦିକ ବଂଶିଧର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.