Home ଜିଲ୍ଲା ପରିକ୍ରମା ନବ ଦିବସୀୟ ଶ୍ରାବଣୀ ଉତ୍ସବ ଉଦ୍‌ଘାଟିତ

ନବ ଦିବସୀୟ ଶ୍ରାବଣୀ ଉତ୍ସବ ଉଦ୍‌ଘାଟିତ

15

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈଦିକ ଶାସ୍ତ୍ରାନୁମୋଦିତ ଶ୍ରବଣ ପରଂପରାର ବାର୍ତ୍ତାବହ ଶ୍ରାବଣୀ ମହୋତ୍ସବ ଭଦ୍ରକ ଆର୍ଯ୍ୟସମାଜ ମଣ୍ଡପରେ ବୈଦିକ ବିଦ୍ୱାନ ତଥା ବେଦପୀୟୂଷର ସଂପାଦକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଅଛି । ଆଜିର ଏହି ଉଦ୍‌ଘାଟନୀ ପର୍ବରେ ଭଦ୍ରକ ର ମାନନୀୟା ସାଂସଦ ଶ୍ରୀମତୀ ମଂଜୁଲତା ମଣ୍ଡଳ ଆର୍ଯ୍ୟସମାଜର ଓମ୍ ଧ୍ୱଜା ଉତ୍ତୋଳନ ସହ ସ୍ୱାମୀ ପ୍ରଣବାନନ୍ଦ ସରସ୍ୱତୀ ବୈଦିକ ପାଠାଗାରର ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଯୋଗ ଦେଇ ସାଂପ୍ରତିକ ସମାଜରେ ଆର୍ଯ୍ୟସମାଜର ଭୂମିକ ବିଷୟରେ ଉପସ୍ଥିତ ଭକ୍ତମାନଙ୍କୁ ଉଦ୍‌ବୋଧନ ଦେବା ସହ ବୈଦିକ ଯଜ୍ଞରେ ସହଭାଗୀ ହୋଇଥିଲେ । ଯୁବନେତା ଆଶିଷ କୁମାର ରାଉତ ସାଂସଦଙ୍କ ପାଣ୍ଠି ସହଯୋଗରେ ନିର୍ମିତ ସ୍ୱାମୀ ପ୍ରଣବାନନ୍ଦ ବୈଦିକ ପାଠାଗାର ଭଦ୍ରକ ବୈଦିକ ଗ୍ରନ୍ଥ ପାଠକମାନଙ୍କୁ ଅଧିକରୁ ଅଧିକ ଆକୃଷ୍ଠ କରିବ ବୋଲି ମତପୋଷଣ କରିଥିଲେ । ବେଦପୀୟୂଷର ସଂପାଦକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ବେଦାଧାରିତ ଶ୍ରବଣ ପରଂପରାର ବାର୍ତ୍ତାବହ ଶ୍ରାବଣୀ ଉତ୍ସବର ମହତ୍ତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ସର୍ବଶେଷରେ ଭଦ୍ରକ ଆର୍ଯ୍ୟସମାଜର ସଂପାଦକ ଲକ୍ଷ୍ମୀଧର ପଣ୍ଡା ଓ ସଭାପତି ସୁଶୀଳାରାଣୀ ଗୁପ୍ତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ନବଦିବସୀୟ ଉକ୍ତ ଶ୍ରାବଣୀ କାର୍ଯ୍ୟକ୍ରମରେ ପ୍ରତ୍ୟହ ଉପସ୍ଥିତ ରହିବାକୁ ଅନୁରୋଧ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.