Home ଜିଲ୍ଲା ପରିକ୍ରମା ଗାନ୍ଧୀଜିଙ୍କ ଜୟନ୍ତୀ ଅବସରରେ ବିଜେଡ଼ି ପକ୍ଷରୁ ସେବା, ସ୍ୱଚ୍ଛତା ଓ ସମର୍ପଣ ଶୁଭାରମ୍ଭ

ଗାନ୍ଧୀଜିଙ୍କ ଜୟନ୍ତୀ ଅବସରରେ ବିଜେଡ଼ି ପକ୍ଷରୁ ସେବା, ସ୍ୱଚ୍ଛତା ଓ ସମର୍ପଣ ଶୁଭାରମ୍ଭ

23

ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତିରପିତା ମହାତ୍ମାଗାନ୍ଧୀଙ୍କର ଜୟନ୍ତୀ ଅବସରରେ ଧାମନଗର ବିଜୁ ଜନତାଦଳ ପକ୍ଷରୁ ପାଳସାହି ପଂଚାୟତର ଗାନ୍ଧୀଘାଟ ଠାରେ ଗାନ୍ଧୀଜୀଙ୍କ ପ୍ରତିମୁର୍ତ୍ତିରେ ଦଳପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣପରେ ରାଜ୍ୟ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଷକ୍ରମେ ପ୍ରତ୍ୟେକ ବ୍ଲକର ଦଳପକ୍ଷରୁ ଅକ୍ଟୋବର ୨ରୁ ନମ୍ଭେମ୍ବର ୨ ପର୍ଯ୍ୟନ୍ତ ସ୍ୱଚ୍ଛତା, ସେବା ଓ ସମର୍ପଣ କାର୍ଯ୍ୟକ୍ରମ କରାଯିବାପାଇଁ ନିର୍ଦ୍ଦେଶ ଥିବାରୁ ଦଳପକ୍ଷରୁ ଏହିକାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲେ । ବେତାଳିଗାଁ ଠାରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ସମିତିସଭ୍ୟ ପ୍ରଦୀପ କୁମାର ମଲ୍ଲିକ, ହରେକୃଷ୍ଣ ପାଢୀ, ବିଜୁ ଯୁବଜନତାଦଳର ଜିଲ୍ଳା ସଭାପତି ମୁକୁନ୍ଦଦେବ ସାମଲ, ବ୍ଲକ ଯୁବ ସଭାପତି ଭାରତବିଜୟ ଦଳାଇ, ବିଜେଡ଼ି ବ୍ଲକ ସଭାପତି ଉମେଶଚନ୍ଦ୍ର ମହାନ୍ତି, ବିବିସିସିର ପୂର୍ବତନ ସଭାପତି ରଘୁନାଥ ଲେଙ୍କା, ବିଜେଡ଼ିନେତା ଅନିଲ କୁମାର ଦାସ, ବାବୁଲାଲ ସାହୁ, ବିଜୟାନନ୍ଦ ମିଶ୍ର, ଧାମନଗର ନଗର ମହିଳା ସଭାନେତ୍ରୀ ନିବେଦିତା ଜେନା, ନଗରସଭାପତି ସୁଶାନ୍ତ କୁମାର ରାଉତ ସମେତ ପ୍ରମୁଖ ବ୍ୟକ୍ତିମାନେ ଯୋଗଦେଇ ଦଳପକ୍ଷରୁ ନିର୍ଦ୍ଦେଶ ଥିବା କାଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।

ଗୋଟିଏମାସ ପ୍ରତ୍ୟକ ଗ୍ରାମର ସେବା ସ୍ୱଚ୍ଛତା କରାଯିବାପାଇଁ ମଧ୍ୟ ସମସ୍ତ କର୍ମୀମାନଙ୍କୁ ଆହ୍ୱାନ ଦିଆଯାଇଥିଲା । ଏହି ଅବସରରେ ବଜାର ସଫେଇ ଓ ବାପୁଜି ହାଇସ୍କୁଲ ପରିସରରେ ବୃକ୍ଷରୋପଣ ମଧ୍ୟ କରାଯାଇଥିଲା । ସେହିପରି କଟସାହି ପଂଚାୟତର ଯୁବନେତା ସୁଶାନ୍ତ କୁମାର ପଣ୍ଡାଙ୍କ ନେତୃତ୍ୱରେ ସେବା ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଶହୀଦନଗର ବଜାର, ମହାବିଦ୍ୟାଳୟ, ଶହୀଦ ସ୍ମୃତି ମଣ୍ଡ ଆଦି ସ୍ଥାନମାନଙ୍କରେ ସଫେଇ କରାଯାଇଥିଲା ଏବଂ ଯୁବକମାନଙ୍କ ପକ୍ଷରୁ ସ୍ଥାନୀୟ ବଜାରରେ ଥିବା ଡ଼୍ରେନ୍ ମଧ୍ୟ ସଫା କରାଯାଇଥିଲା ଏବଂ ସନ୍ଧ୍ୟାରେ ବରିଷ୍ଠ ନାଗରିକଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତୁସାର ମିଶ୍ର, ଶରତ ପଣ୍ଡା, ଗଙ୍ଗାଧର ପାଣିଗ୍ରାହୀ, ସନାତନ ପାଢୀ, ପରମେଶ୍ୱର ପାଢୀ, ମଧୁସୁଦନ ଜେନା ପ୍ରମୁଖ ନେତୃତ୍ୱରେ ଶତାଧିକ ଯୁବକ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.