Home Top News ଗାନ୍ଧୀଙ୍କ ଜୟନ୍ତୀ : ବାପୁଙ୍କ ବିଷୟରେ କିଛି ଅଜଣା କଥା

ଗାନ୍ଧୀଙ୍କ ଜୟନ୍ତୀ : ବାପୁଙ୍କ ବିଷୟରେ କିଛି ଅଜଣା କଥା

67

ଭୁବନେଶ୍ୱର,୦୨/୧୦ (ଓଡ଼ିଆ ପୁଅ) : ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ଜନ୍ମ ୨ ଅକ୍ଟୋବର ୧୮୬୯ରେ ଗୁଜୁରାଟର ପୋରବନ୍ଦରରେ ହୋଇଥିଲା । ଆଜି ଗାନ୍ଧୀଜୀଙ୍କର ତମ ଜନ୍ମ ଜୟନ୍ତୀ । ଜାତିର ପିତା ମହାତ୍ମା ଗାନ୍ଧୀ (ବାପୁ) ଅହିଂସାର ପୁଜାରୀ ଥିଲେ । ଅହିଂସା ଓ ସତ୍ୟାଗ୍ରହ ଆନ୍ଦୋଳନ ଦେଇ ପରାଧିନ ଭାରତର ଆନ୍ଦୋଳନର ମଙ୍ଗ ଧରିଥିଲେ ବାପୁ । ସେହି ଯୋଗଜନ୍ମା ସମସ୍ତଙ୍କୁ ଛାଡ଼ି ୩୦ ଜାନୁଆରୀ ୧୯୪୮ରେ ଇହଲୀଳା ସମ୍ବରଣ କରିଥିଲେ । ପ୍ରତିବର୍ଷ ଅକ୍ଟୋବର ୨କୁ ବଡ଼ ଧୁମଧାମରେ ପାଳନ କରାଯାଇଆସୁଛି । ଦେଶ ତଥା ବିଭିନ୍ନ ରାଜ୍ୟ ଏହି ଦିନରେ ଅନେକଗୁଡ଼ିଏ ବିକାଶମୁଖୀ କାର୍ଯ୍ୟର ଆରମ୍ଭ କରିବାକୁ ସଂକଳ୍ପ ନେଇଥାନ୍ତି । ଆଜିଠାରୁ ବାପୁଙ୍କ ଜନ୍ମ ଦିବସ ଅବସରରେ ଓଡ଼ିଶା ପ୍ଲାଷ୍ଟିକ ବ୍ୟାନ୍‌ କରିବା ପାଇଁ ସ୍ଥିର କରାଯାଇଛି ।

ବାପୁଙ୍କ ବିଷୟରେ କିଛି ଅଜଣା କଥା:

ସ‌ହିଦ ହେବାର ୨୧ ବର୍ଷ ପରେ ଗାନ୍ଧୀଙ୍କ ସମ୍ମାନାର୍ଥେ ଗ୍ରେଟ ବ୍ରିଟେନ ପକ୍ଷରୁ ଡାକ ଟିକେଟ ପ୍ରଚଳନ ଆରମ୍ଭ ହୋଇଥିଲା ।

ଗାନ୍ଧୀଙ୍କ ମରଶରୀରର ଶୋଭାଯାତ୍ରା ଦୀର୍ଘ ୮ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିଲା ।

ନୋବେଲ ଶାନ୍ତି ପୁରସ୍କାର ପାଇଁ ମହାତ୍ମା ଗାନ୍ଧୀଙ୍କୁ ପାଞ୍ଚ ଥର ଚୟନ କରାଯାଇଥିଲା ।

ଚାରି ଦେଶ ଓ ୪ ମହାଦେଶରେ ନାଗରିକ ଅଧିକାର ପାଇଁ ସେ ଲଢ଼ିଥିଲେ ।

ଜୀବନ‌କାଳରେ ଗାନ୍ଧୀଙ୍କ ହାରାହାରି ଦୈନିକ ପଦ‌ଯାତ୍ରା ଥିଲା ୧୮ କିଲୋମିଟର ।

ଗାନ୍ଧୀଙ୍କ ନାଁରେ ଭାରତରେ ୫୩ଟି ଏବଂ ବିଦେଶରେ ୪୮ଟି ମୁଖ୍ୟ ରାସ୍ତା ଲୋକାର୍ପିତ ।

ଗାନ୍ଧୀଙ୍କ ଅସଂଖ୍ୟ ପତ୍ରବନ୍ଧୁଙ୍କ ମଧ୍ୟରେ ଥିଲେ ଟଲଷ୍ଟୟ, ଆଇନଷ୍ଟାଇନ !

ଡର୍ବାନ, ପ୍ରିଟୋରିଆ ଓ ଜୋହାନ୍ସବର୍ଗରେ ତିନୋଟି ଫୁଟ୍‌ବଲ୍ କ୍ଲବ ଗଠନରେ ଗାନ୍ଧୀ ଥିଲେ ମୂଖ୍ୟ ପୁରୋଧା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.