Home ଜିଲ୍ଲା ପରିକ୍ରମା ଧୋବାଗଡ଼ିଆ-କାଉପୁର ରାସ୍ତା ଅବସ୍ଥା ଶୋଚନୀୟ

ଧୋବାଗଡ଼ିଆ-କାଉପୁର ରାସ୍ତା ଅବସ୍ଥା ଶୋଚନୀୟ

57

ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବରପଦା – ଆଗରପଡ଼ା ପୂର୍ତ୍ତବିଭାଗ ମୁଖ୍ୟ ରାସ୍ତାର ଧୋବାଗଡ଼ିଆ ଛକ ଠାରୁ କାଉପୁରକୁ ଲମ୍ବିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ୪ କି.ମି. ରାସ୍ତା ଦୀର୍ଘ ବର୍ଷ ଧରି ଆବଶ୍ୟକୀୟ ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଛି । ମିଟୁଆଣୀ, ବେଲଗଡ଼ିଆ, ତୁମ୍ଭାପଦୀ, ମୁକ୍ତାଡ଼ିହୀ ଆଦି ଗ୍ରାମର ଗ୍ରାମବାସୀମାନେ ଏହି ରାସ୍ତା ଦେଇ ପ୍ରତିଦିନ ଯାଆଆସ କରିଥାନ୍ତି । ରାସ୍ତା ସାରା ଖାଲଖମାରେ ଭର୍ତ୍ତି ହେବା ସହ ମେଣ୍ଟାଲ ଗୁଡ଼ିକ ଉପରକୁ ମୁଣ୍ଡ ଟେକିଥିବାରୁ ଗାଡ଼ିମୋଟର ଚଳାଚଳ କରିବା ଦୂରେଥାଉ ଖାଲି ପାଦରେ ମଧ୍ୟ ଯିବା ସମ୍ଭବପର ହେଉନାହିଁ । ସାମାନ୍ୟ ବର୍ଷା ହେଲେ ରାସ୍ତାରେ ପାଣି ଜମିବା ଦ୍ୱାରା ଯିବା ଆସିବା କରିବା ପାଇଁ ଏହା ସଂପୂର୍ଣ୍ଣ ଅନୁପଯୋଗୀ ହୋଇପଡ଼ୁଛି । ଅନେକ ସମୟରେ ସାଇକେଲ ଓ ମୋଟର ସାଇକେଲ ଆରୋହୀ ଏହି ରାସ୍ତାରେ ଯାଆଆସ କରିବା ସମୟରେ ଦୁର୍ଘଟଣାର ଶିକାର ହୋଇ ଆହତ ହେଉଥିବାର ପରିଲକ୍ଷିତ ହେଉଛି । ଏଠାରେ ସରକାରଙ୍କ ସଡ଼କ ଯୋଜନା ସଂପୂର୍ଣ୍ଣ ମୂଲ୍ୟହୀନ ହୋଇ ପଡ଼ିଛି । ଯାହାକି ଏହି ରାସ୍ତା ଅବସ୍ଥାକୁ ଦେଖିଲେ ବୁଝା ପଡ଼ୁଛି । ରାସ୍ତା ଦୂରାବସ୍ଥା ସଂପର୍କରେ ସଂପୃକ୍ତ ଅଂଚଳବାସୀମାନଙ୍କ ପକ୍ଷରୁ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା କିଛି ପ୍ରତିକାର ହୋଇପାରି ନାହିଁ । ତୁରନ୍ତ ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଯୁବସମାଜସେବୀ ଦିଲ୍ଲୀପ ସ୍ୱାଇଁ, ବିଦ୍ୟାଧର କୁଅଁର, ଟୁଲୁ ସାମଲ, ରାଜେଶ ସାହୁ ସୁବଳ ଚନ୍ଦ୍ର କୁଅଁର,ଲକ୍ଷ୍ମୀଧର କୁଅଁର,ବନୁ ଦିକ୍ଷିତ,ଅଲେଖ ବେହେରା,ଶିଶିର ମହାନ୍ତି,ବିଶ୍ୱନାଥ ସ୍ୱାଇଁ,ଗଙ୍ଗାଧର ଦାସ,ପର୍ଶୁରାମ ବେହେରା,ଜଡ଼ା କୁଅଁର ଏବଂ ଗଣଦେବ କୁଅର୍ର ପ୍ରମୁଖ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.