Home ଜିଲ୍ଲା ପରିକ୍ରମା ଗାନ୍ଧିମାର୍ଗ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଗାନ୍ଧିମାର୍ଗ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

30

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିନେ ମହାତ୍ମାଗାନ୍ଧି ଇଂରେଜଙ୍କୁ ଦେଶରୁ ତଡିବାକୁ ନେଇଥିଲେ ବଜ୍ର ଶପଥ । ଏଥିପାଇଁ ଦୀର୍ଘଦିନ ଧରି ଚଳାଇଥିଲେ ଅହିଂସା ଆନ୍ଦୋଳନ । ଯାହା ସମଗ୍ର ଦେଶବାସୀଙ୍କୁ ଏକଜୁଟ କରିବାକୁ ସେ ବିଭିନ୍ନ ସ୍ଥାନରେ କରିଥିଲେ ବୈଠକ । ଏହିଭଳି ଏକ ବୈଠକ ପାଇଁ ସେ ୧୯୨୭ ଡିସେମ୍ବର ୨୭ ତାରିଖ ଦିନ ଅବିଭକ୍ତ ବାଲେଶ୍ୱର ଜିଲାର ସଦର ମହକୁମାରୁ ବାହାରି ଭଦ୍ରକର ତିହିଡି ପୀରହାଟ ବଜାର ମଧ୍ୟ ଦେଇ ଚାରିବାଟିଆ ଘାଟ ପାରିହୋଇ ପହଞ୍ôଚଥିଲେ ବାସୁଦେବପୁର ଇଞ୍ଚୁଡିରେ । ଏହି ସମୟରେ ଗୋଟିଏ ରାତ୍ରୀ ଚାରିବାଟିଆ ଘାଟ ନିକଟରେ ଅତିବାହିତ ମଧ୍ୟ କରିଥିଲେ । ଏହି ଐତିହାସିକ ସ୍ମୃତିରକ୍ଷା ପାଇଁ ଚାରିବାଟିଆ ଘାଟ ନିକଟରେ ୨୦୦୫ ମସିହାରେ ତତ୍‌କାଳୀନ ଚାନ୍ଦବାଲି ବିଧାୟକ ନେତ୍ରାନନ୍ଦ ମଲ୍ଲିକ ଏକ ଗାନ୍ଧି ସ୍ମୃତିପୀଠ ସ୍ଥାପନା କରାଇଥିଲେ । ଗାନ୍ଧିଙ୍କ ଏହି ସ୍ମୃତି ତଥା ସମଗ୍ର ଓଡ଼ିଶାର ଏହି ଗୌରବକୁ ଉଜ୍ଜୀବିତ କରି ରଖିବା ପାଇଁ ପୀରହାଟ ମଝି ବଜାରକୁ ‘ଗାନ୍ଧିଛକ ଏବଂ ପୀରହାଟ-ଚାରିବାଟିଆ ରାସ୍ତାକୁ ‘ଗାନ୍ଧିମାର୍ଗ’ର ମାନ୍ୟତା ଆସନ୍ତା ସ୍ୱାଧୀନତା ଦିବସ ଦିନ ଦେବାକୁ ପ୍ରଦେଶ ସେବା ସଂଗଠନ ଏବଂ ସ୍ଥାନୀୟ ଅଂଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି । ଏଥିପାଇର୍ ଆଜି ସଂଗଠନର ଉପଦେଷ୍ଟା ବିବେକାନନ୍ଦ ମିଶ୍ରଙ୍କ ନେତୃତ୍ୱରେ ଏକ ୫ ଜଣିଆ ପ୍ରତିନିଧି ଦଳ ଭଦ୍ରକ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏବଂ ଏହାର ନକଲ ମୁଖ୍ୟ ଶାସନ ସଚିବ, ଜିଲା ଆରକ୍ଷୀ ଅଧିକ୍ଷକ, ଉପଜିଲାପାଳ, ତିହିଡି ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ରାଜ୍ୟସ୍ତରୀୟ ଗାନ୍ଧି ସ୍ମୃତି ସୁରକ୍ଷା କମିଟିର ରାଜ୍ୟ ଆବାହକ ଡ. ରୀନାରାଣୀ ରାଉତରାୟଙ୍କ ସମେତ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରେରିତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.