Home ଜିଲ୍ଲା ପରିକ୍ରମା ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଆସନ୍ତା ୧୩ ରେ ପେଟ୍ରୋଲ ପମ୍ପ ବନ୍ଦ ଡାକରା

ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଆସନ୍ତା ୧୩ ରେ ପେଟ୍ରୋଲ ପମ୍ପ ବନ୍ଦ ଡାକରା

32

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ୍ ଓ ଖାଇବା ତେଲ ଭଳି ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦରବୃଦ୍ଧି ପ୍ରତିବାଦରେ ନବନିର୍ମାଣ ଯୁବ ଛାତ୍ର ସଂଗଠନ ଭଦ୍ରକ ଶାଖା ପକ୍ଷରୁ ଆସନ୍ତା ୧୩ ତାରିଖ ଦିନ ଜିଲାର ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ଡାକରା ଦିଆଯାଇଛି । ଏଥି ଉପଲକ୍ଷେ ସଂଗଠନର ରାଜ୍ୟ ସଂଯୋଜକ ମହମ୍ମଦ ମନୱର ଅଲ୍ଲୀଙ୍କ ଆହ୍ୱାନରେ ଭଦ୍ରକରେ ଏକ ସାମ୍ବାଦିକ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଛି । ଏଥିରେ ଭଦ୍ରକ ଜିଲା ସଂଯୋଜକ ଜାହିଦ ଖାନ୍‌, ଉପ ସଂଯୋଜକ ସନ୍ତୋଷ ମଲ୍ଲିକ, ମଲ୍ଲିକା ନାଜ୍‌, ସାବିର ଖାଁ, ମହମ୍ମଦ ରହେମାନ, ଅର୍ବାଜ ଖାନ୍‌, ଜାନ୍ ଖାନ୍‌, ରିଆଜ ଖାନ୍‌, ସାହବାଜ୍ ଖାନ୍‌, ନିଆଜ ଖାନ୍‌, ନସିରୁଦ୍ଦିନ ଖାଁ, ସେକ୍ ସେହେଜାଦା, ସାଜିଦ ନବୀନ, ଦୀପକ ଭୋଇ, ସନ୍ଦୀପ ଓ ସହିନ ଶାହୋ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ଉପରୋକ୍ତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୨ ରେ ଏକ ଜିଲାସ୍ତରୀୟ ସାଇକେଲ୍ ରାଲି କରାଯାଇ ସମସ୍ତଙ୍କୁ ସଚେତନ କରାଯିବା ସହ ଆଗାମୀ ୧୩ ରେ ପେଟ୍ରୋଲ ପମ୍ପ ଗୁଡିକ ବନ୍ଦ କରିବା ପାଇଁ ଡାକରା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.