Home ଜିଲ୍ଲା ପରିକ୍ରମା କଳାହୀରା ଚାଲାଣାର ମୁଖ୍ୟ ବାୟା ଗିରଫ

କଳାହୀରା ଚାଲାଣାର ମୁଖ୍ୟ ବାୟା ଗିରଫ

64

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳାର ଶସ୍ତା ଓ ସୁନ୍ଦର ଭାବେ କଳାହୀରା ବା କୋଇଲା ଚୋରାବେପାର କରି ମାଲେମାଲ ହେଉଥିବା ତଥା ବିଭିନ୍ନ ପୋଲିସ, ରାଜନେତା ଓ କୁଜି ନେତାଙ୍କୁ ହାତକରି କୋଟିପତି ହେଇଥିବା ବାୟା ଓରଫ ଭଗବାନ ଦାସ ଆଜି ଧୂଷୁରୀ ପୋଲିସ ଦ୍ୱାରା ଗିରଫ ହୋଇଛି । ପ୍ରକାଶ ଥାଉକି ବାୟା ଦୀର୍ଘବର୍ଷ ହେବ ବାହାର ଦେଶରୁ ଧାମରାକୁ ରେଳଯୋଗେ ଆସୁଥିବା ମୂଲ୍ୟବାନ କୋଇଲା କାଢି ଭଦ୍ରକ ତଥା ଯାଜପୁର ଜିଲ୍ଳାକୁ ଏହି କୋଇଲାକୁ ଚୋରାରେ ବିକ୍ରି କରାଯାଉଥିଲା । ବିଭିନ୍ନ ସମୟରେ ସ୍କୁଆର୍ଡ଼ ମଧ୍ୟ ଆସି ନିରାସରେ ଫେରିଯାଇଥିଲେ । କାରଣ ଏହି ଚୋରା ବେପାରି ସହିତ ଭଦ୍ରକ ଜିଲ୍ଲାର କିଛି ଅସାଧୁ ପୋଲିସଙ୍କ ବାହୁ ଛାୟାତଳେ ରହି ବାୟା ଏମିତି କାୟା ବିସ୍ତାର କରିଚାଲିଥିଲା । ତେବେ ସବୁଦିନ ଚୋରଘର ଅନ୍ଧାର ନଥାଏ । ଭଦ୍ରକ ଆରକ୍ଷୀ ଅଧ୍ୟକ୍ଷକ ନିର୍ଦ୍ଦେଶକ୍ରମେ ଗତକାଲି ରାତିରେ ଧୂଷୁରୀ ଥାନା ଅଧିକାରୀ ପ୍ରଫୁଲ୍ଲ ସିଂ, ଏସ୍‌ଆଇ ମହାପ୍ରସାଦ ନାୟକ, ଏଏସ୍‌ଆଇ ଧୃତରାଷ୍ଟ୍ର ମଲ୍ଳିକ ସଦଳବଳେ ତିହିଡ଼ି ଥାନା ହାଟୁଆରି ଗ୍ରାମର ରହୁଥିବା ମୁଖ୍ୟ ଆସାମୀ ଭଗବାନ ଦାସ(ବାୟା)କ ଗିରଫ କରାଯାଇଛି । ପ୍ରକାଶ ଥାଉକି ପୂର୍ବରୁ ଅନେକ ଥର ଏପରି ଚୋରା କୋଇଲା ବେପାର କରି ପୋଲିସ ଆଖିରେ ଧୂଳିଦେଇ ବାୟା ଖସିଯାଉଥିଲା । ଗତକିଛିଦିନ ତଳେ ଧୂଷୁରୀ ଥାନାର ବୟାଂଡ଼ିହ ପଂଚାୟର ଆମ୍ବିଳିଗାଁ ଠାରେ ଗୋଟିଏ ଟ୍ରକ ଓ ଦୁଇଟି ପିକଅପ୍ ଭେନ ବୋଝେଇ ଚୋରା କୋଇଲା ଜବତ ହୋଇଥିବାବେଳେ ଗତକାଲି ଅସୁରାଳି ବଜାରରେ ଓଡ଼ି-୦୪ଏଲ୍‌-୭୫୫୧ ଥିବା ଏକ ଦଶଚକିଆ ଟ୍ରକରେ ପ୍ରାୟ ୬ଶହ ବସ୍ତା ଚୋରା କୋଇଲା ଧୂଷୁରୀ ଅଞ୍ଚଳକୁ ଆସୁଥିବାବେଳେ ପୋଲିସ କୌଣସି ସୂତ୍ରରୁ ଖବରପାଇ ଘଟଣା ସ୍ଥଳରେ ପହଂଚି ଉକ୍ତ ଚୋରା କୋଇଲା ଗାଡ଼ିକୁ ଜବତ କରିଛି । ଏଥିରେ ଡ଼୍ରାଇଭର ସରୋଜ କୁମାର ସାହା ଓ ହେଲପର ମକେଶ ୟାଦବ ପୋଲିସ ଗିରଫ କରିଥିଲା । ତେବେ ଏହି କୋଇଲା ଗାଡ଼ି ତିହିଡ଼ି ଅଞ୍ଚଳରୁ ଧୂଷୁରୀ ଅଞ୍ଚଳକୁ ଆସୁଥିବାର ଡ଼୍ରାଇଭର ପ୍ରକାଶ କରିଛି । ଏହି ଚୋରା କୋଇଲା ଚାଲାଣର ପ୍ରକୃତ ମାଲିକ ଭଗବାନ ଦାସ(ବାୟା) ହୋଇଥିବାରୁ ପୋଲିସ ସଦଳବଳେ ଗତକାଲି ରାତିରେ ବାୟାକୁ ଗିରଫ କରିଥିଲେ । ତେବେ ଆଜି ମୁଖ୍ୟ ଆସାମୀ ଭଗବାନ ଦାସ ସମେତ ଡ଼୍ରାଇଭର ଓ ହେଲପର କୁ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ଏ ସମ୍ପର୍କରେ ଥାନା କେସ ନଂ ୧୫୩/୨୧ରେ ଏକ ମାମଲା ରୁଜୁକରି କରାଯାଇଛି । ତେବେ ଅଭିଯୁକ୍ତ ମାନଙ୍କ ଜାମିନି ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.