Home ଜିଲ୍ଲା ପରିକ୍ରମା ଗାନ୍ଧିଜୀଙ୍କ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ଗାନ୍ଧିଜୀଙ୍କ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

19

ପୁରୀ ୦୨.୧୦ (ଓଡ଼ିଆ ପୁଅ) – ଆଜି ସ୍ଥାନୀୟ ସଂସ୍କୃତି ଭବନରେ ମହାତ୍ମାଗାନ୍ଧୀଙ୍କ ୧୫୨ତମ ଜୟନ୍ତୀ ତଥା ଗାନ୍ଧିଜୀଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୁଭାସ ଚନ୍ଦ୍ର ନାଥଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ତମ୍ଭକାର ଗୌରାଙ୍ଗ ଚରଣ ପରିଡା ମୁଖ୍ୟବକ୍ତା, ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ ସମ୍ମାନିତ ଅତିଥି ଭାଵରେ ଯୋଗଦେଇ ମହାତ୍ମାଗାନ୍ଧୀଙ୍କ ନୀତି, ଆଦର୍ଶ ଓ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଉତ୍ସବର ଆଭିମୁଖ୍ୟ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଲିଙ୍ଗରାଜ କଳା ନିକେତନର ଶିଳ୍ପୀମାନେ ଗାନ୍ଧୀଙ୍କ ପ୍ରିୟ ଭଜନ ପରିବେଷଣ କରିଥିଲେ। ପରେପରେ ବଦ୍ରି ମିଶ୍ର, ଜଗନ୍ନାଥ ବସ୍ତିଆ, ବିଜୟ କୁମାର ପଣ୍ଡା, ପୌର୍ଣ୍ଣମାସୀ ଦେବୀ, ଯୋଗେଶ୍ୱର ପ୍ରହରାଜ, ଚନ୍ଦ୍ରଶେଖର ମହାରାଣା, ପ୍ରବାସିନୀ ମିଶ୍ର, ବିଚିତ୍ର ରଞ୍ଜନ ମହାପାତ୍ର, ଚିନ୍ମୟୀ ଗଜେନ୍ଦ୍ର, ଅଧ୍ୟାପକ ମୀନକେତନ ପଟ୍ଟଯୋଶୀ, ଲକ୍ଷ୍ମୀ ମିଶ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମକୁ ପ୍ରିୟପତ୍ରର ସଂପାଦକ ବିପିନବିହାରୀ ଦଳାଇ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.