Home ଓଡ଼ିଶା ଗାଧୋଉଥିବା ସମୟରେ ପୋଖରୀରେ ବୁଡି ବଡମା ଓ ଝିଆରୀଙ୍କର ମୃତ୍ୟୁ

ଗାଧୋଉଥିବା ସମୟରେ ପୋଖରୀରେ ବୁଡି ବଡମା ଓ ଝିଆରୀଙ୍କର ମୃତ୍ୟୁ

402

ମାଲକାନଗିରି,୧୮ା୫(ଓଡିଆ ପୁଅ ) ମାଲକାନଗିରି ଥାନା ମାଟାପେକା ପଚାଂୟତ ନିକତଟବର୍ତି ଆକରପାଲି ଗ୍ରାମର ଜଣେଆଦିବାସୀ ମହିଳା ଓ ଜଣେ ନାବାଳିକା ପୋଖରୀରେ ବୁଡି ମୃତ୍ୟୁ ଘଟିଛି । ଆଜି ଅପରାହ୍ନରେ ଆକରପାଲି ଗ୍ରାମର ଭିମେ ପଡିଆମୀ(୩୫) ତାଙ୍କର ଝିଆରୀ ନନ୍ଦେପଡିଆମୀ(୧୦) ଓ ଅନ୍ୟଜଣେ ୮ବର୍ଷ ଝିଅ ଗ୍ରାମମୁଣ୍ଡରେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଉ ଥିବାବେଳେ ନନ୍ଦେପଡିଆମିର ପାଣିଭିତରକୁ ଗୋଡ ଖସି ଯାଇଥିଲା, ଅଧିକ ପାଣିଥିବାରୁ ସେ ବୁଡିଯାଉଥିବାର ଦେଖି ତାଙ୍କୁ ଉଦ୍ଧାର କରିବାକୁ ଯାଇ ବଡମା ଭିମେ ପିଡିଆମି ପୋଖରୀ ଭିତରକୁ ଡେଇଁପଡିଥିଲେ ସେ ମଧ୍ୟ ପାଣିରେ ବୁଡି ଯାଇଥିଲେ । ଏ ସଂପର୍କରେ ତାଙ୍କ ସାଥିରେ ଯାଇଥିବା ନନ୍ଦେ ଙ୍କ ସାନଭଉଣୀ ଗ୍ରାମରେ ଆସି କହିଥିଲା ପୋଖରୀରେ ବଡ ମା ଓ ନାନୀବୁଡିଗଲେ ବୋଲି ଏ ଖବର ପାଇ ଗ୍ରାମବାସୀ ମାନେ ପୋଖରୀ ନିକଟକୁ ଯାଇ ଖୋଜି ସେ ଦୁହେଁଙ୍କୁ ପୋଖରୀରୁ ଉଦ୍ଧାର କରି ଉପରକୁ ଆଣିବା ବେଳକୁ ସେ ଦୁହେଁଙ୍କର ମୃତ୍ୟୁହୋଇ ଯାଇଥିଲା । ଏ ସଂପର୍କରେ ଗ୍ରାମବାସୀ ମାନେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ ଙ୍କୁ ଜଣାଇଥିଲେ , ଶ୍ରୀ ମାଡକାମି ପୋଖରୀରେ ବୁଡି ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ସଂପର୍କରେ ମାଲକାନଗିରି ଥାନାରେ ଜଣାଇଛନ୍ତି । ଏ ଦୁହେଁ ଗୋଟିଏ ପରିବାର ହୋଇଥିବାର ଜଣାପଡିଛି, ଏମାନେ ଅତ୍ୟନ୍ତ ଗରିବ ଆଦିବାସୀ ହୋଇଥିବାରୁ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.