Home ଓଡ଼ିଶା ବାହାର ରାଜ୍ୟରୁ ଜଗତସିଂହପୁର ଆସିଛନ୍ତି ୬୮୫ ଜଣ ପ୍ରବାସୀ

ବାହାର ରାଜ୍ୟରୁ ଜଗତସିଂହପୁର ଆସିଛନ୍ତି ୬୮୫ ଜଣ ପ୍ରବାସୀ

155

ଜଗତସିଂହପୁର- ୧୮.୫ (ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ୍) -ଗତକାଲି ମେ ୧୭ ତାରିଖ ଓ ଆଜି ୧୮ ତାରିଖ ସକାଳ ୭ଟା ସୁଦ୍ଧା ବିଭିନ୍ନ ରାଜ୍ୟରୁ ଜଗତସିଂହପୁର ଜିଲ୍ଲାକୁ ୬୮୫ଜଣ ପ୍ରବାସୀ ଆସିଛନ୍ତି। ସେମାନଙ୍କୁ ବିଭିନ୍ନ ପଚାଂୟତରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି। ଏହି କ୍ରମରେ ନାଉଗାଁ ବ୍ଲକକୁ ୪୪ଜଣ, ଜଗତସିଂହପୁର ବ୍ଲକକୁ ୮୬ଜଣ, ଜଗତସିଂହପୁର ପୈାର ପରିଷଦକୁ ୭ଜଣ, ବାଲିକୁଦା ବ୍ଲକକୁ ୧୦୩ଜଣ, କୁଜଙ୍ଗ ବ୍ଲକକୁ ୭୭ଜଣ, ଏରସମା ବ୍ଲକକୁ ୧୩୧ ଜଣ, ତିର୍ତୋଲ ବ୍ଲକକୁ ୧୪୫ ଜଣ, ରଘୁନାଥପୁର ବ୍ଲକକୁ ୬୬ଜଣ, ବିରିଡି ବ୍ଲକକୁ ୨୬ଜଣଙ୍କୁ ପଠାଯାଇଅଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କର ପରିବହନ, ଖାଇବା ପିଇବା, ରହଣୀର ସୁବନ୍ଦୋବସ୍ତ କରାଯାଇଛି। ମେ ୧୫ ତାରିଖରେ ସଂଗୃହିତ ହୋଇ ପରୀକ୍ଷା ପାଇଁ ଯାଇଥିବା ୧୨୩ଟି ସ୍ୱାବ ରିପୋର୍ଟ ମଧ୍ୟରୁ ୭୩ଟି ରିପୋର୍ଟ ନେଗେଟିଭ୍ ଆସିଅଛି। ମେ ୧୪ ତାରିଖରେ ସଂଗୃହିତ ୧୩୨ ସ୍ୱାବ ରିପୋର୍ଟ ମଧ୍ୟରୁ ପୂର୍ବରୁ ୧୨୨ଟିର ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ଗତକାଲି ଆଉ ୧୦ଟିର ରିପୋର୍ଟ ମଧ୍ୟ ନେଗେଟିଭ ଆସିଅଛି ବୋଲି ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ପ୍ରକାଶ କରିଛନ୍ତି। ଗତ ୩ ତାରିଖ ଠାରୁ ୧୮ ତାରିଖ ସକାଳ୧୦ଟା ସୁଦ୍ଧା ଜଗତସିଂହପୁର ଜିଲ୍ଲ୍‌ାକୁ ୪୧୦୬ ଜଣ ପ୍ରବାସୀ ଓଡିଆ ଆସିଛନ୍ତି। ସେମାନଙ୍କୁ ବିଭିନ୍ନ ବ୍ଲକରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି। ଏହି କ୍ରମରେ ଜଗତସିଂହପୁର ବ୍ଲକକୁ ୫୬୫ଜଣ, ଜଗତସିଂହପୁର ପୈାରପରିଷଦକୁ ୧୦୧ଜଣ, ବାଲିକୁଦା ବ୍ଲକକୁ ୬୪୬ଜଣ, କୁଜଙ୍ଗ ବ୍ଲକକୁ ୨୨୫ଜଣ, ନାଉଗାଁ ବ୍ଲକକୁ ୩୦୪ଜଣ, ଏରସମା ବ୍ଲକକୁ ୮୮୩ଜଣ, ତିର୍ତୋଲ ବ୍ଲକକୁ ୬୮୧ଜଣ, ରଘୁନାଥପୁର ବ୍ଲକକୁ ୨୮୬ଜଣ, ବିରିଡି ବ୍ଲକକୁ ୧୯୦ଜଣ, ପାରାଦ୍ୱୀପ ପୈାର ପରିଷଦକୁ ୧୦୭ଜଣଙ୍କୁ ପଠାଯାଇଛି। ଜଗତସିଂହପୁର ଜିଲ୍ଲ୍‌ାର ସମସ୍ତ ୫ ପଜିଟିଭ୍ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରେ ଜଣେ ୭୦ବର୍ଷ ବୟସ୍କ ବୃଦ୍ଧ ଅଛନ୍ତି ବୋଲି ଜିଲ୍ଲ୍‌ାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଟ୍ୱିଟ୍ ମାଧ୍ୟମରେ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.