Home କେନ୍ଦୁଝର ଗାଡିରୁ ମୁଲ୍ୟବାନ ସାମଗ୍ରୀ ଚୋରୀ ଅଭିଯୋଗ

ଗାଡିରୁ ମୁଲ୍ୟବାନ ସାମଗ୍ରୀ ଚୋରୀ ଅଭିଯୋଗ

25

ହାଟଡ଼ିହି, ୧୭ /୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ନନ୍ଦିପଦା ଥାନା ଅଧିନସ୍ଥ ଓରାଳି ଗ୍ରାମରେ ଜଣେ ବ୍ୟକ୍ତିଙ୍କ କାରଚାବି ଖୋଲି ଗାଡି ଭିତରୁ ମୁଲ୍ୟବାନ ସାମଗ୍ରୀ ମାନ ଚୋରୀ କରିନେଇଥିବା କାରର ମାଲିକ ଆରତୀ ରାଉତ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାଇ ଗତ ଡିସେମ୍ବର ୧୬ତାରିଖ ସନ୍ଧ୍ୟାରେ ତାଙ୍କ ଗାଡିର ଡ୍ରାଇଭର ଓଡି୨୨ଏସ. ୧୪୮୧ ନମ୍ବର ବିଶିଷ୍ଟ କାରଟି ରଖିଦେଇ ଚାବି ଘରେ ଦେଇ ପଳାଇଥିଲା । ମାତ୍ର ସେହି ରାତିରେ କେହି ଗାଡିର ଚାବିଖୋଲି ଗାଡି ଭିତରୁ ଗାଡିର ଡେକ ସମେତ ଅନ୍ୟାନ୍ୟ ସାମଗ୍ରୀମାନ ଚୋରୀ କରିନେଇ ଯାଇଛି । ପୁର୍ବରୁ ଗତ ୧ତାରିଖରେ ସେହି କାରର ଅନ୍ୟଏକ ଚାବିକାଠି ସହିତ ଗାଡିର କାଗଜପତ୍ର ଥିବା ଏକ ମନିପର୍ସକୁ କେହି ଦୁର୍ବୁତ ଘରେ ପସି ନେଇଯାଇଥିଲା । ତେଣୁ ସେହି ଚାବିଦ୍ୱାରା ଏହି ଚୋରୀ କରାଯାଇଥିବା ନେଇ ଆରତୀ ଅଭିଯୋଗ କରିଛନ୍ତି । ଏଥିରେ ତାଙ୍କର ସମ୍ପର୍କୀୟ ପଡୋଶୀ ସଂପୃକ୍ତ ଥିବାନେଇ ସେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି । ଅଭିଯୋଗ ପାଇବାପରେ ଥାନା ଏସ.ଆଇ ନରେଶ ଚନ୍ଦ୍ର ଦାସ ଓ ଏ.ଏସ.ଆଇ ସୁଶମା ସେଠୀ ଘଟଣାସ୍ଥଳକୁ ଯାଇ ସରଜମିନି ତଦନ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.