Home Top News ପିଆଜର ବଜାର ଦରକୁ ପ୍ରତିହତ କରିବା ପାଇଁ ଆମଦାନୀ କଟକଣା କୋହଳ

ପିଆଜର ବଜାର ଦରକୁ ପ୍ରତିହତ କରିବା ପାଇଁ ଆମଦାନୀ କଟକଣା କୋହଳ

50

ନୂଆଦିଲ୍ଲୀ: ବଜାରରେ ପିଆଜ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ସର୍ତ୍ତମୂଳକ ଭାବେ ଏହାର ଆମଦାନୀ ମିଆଦ ବୃଦ୍ଧି କରିଛନ୍ତି। ପ୍ଳାଣ୍ଟ କ୍ଵାରେନଟାଇନ ଅର୍ଡର ୨୦୦୩ ଓ ଫିଟୋ ସାନିଟାଇଜ ପ୍ରମାଣପତ୍ର ବଳରେ ଏହି ରପ୍ତାନୀକୁ ୨୦୨୧ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଭାରତୀୟ ବନ୍ଦର ଗୁଡ଼ିକୁ ବିଶୋଧିତ ନହୋଇ ଆସୁଥିବା ପିଆଜ ଭାରତରେ ପହଞ୍ଚିବା ପରେ ସ୍ଵୀକୃତପ୍ରାପ୍ତ ବିଶୋଧନକାରୀ ସଂସ୍ଥା ଦ୍ଵାରା ଆମଦାନୀକାରୀ ମାନେ ବିଶୋଧନ କରିବାକୁ ପଡ଼ିବ। ବାହାରୁ ଆମଦାନୀ ହୋଇ ଆସୁଥିବା ପିଆଜକୁ ସଙ୍ଗରୋଧ ଅଧିକାରୀ ମାନେ ଟିକିନିଖି କରି ପରୀକ୍ଷା ନିରୀକ୍ଷା କରିବା ପରେ ଏହା ଜୀବାଣୁ ମୁକ୍ତ ହୋଇଥିଲେ ହିଁ ବଜାରକୁ ଛଡ଼ାଯିବ। ଆସିଥିବା ପିଆଜ ପରୀକ୍ଷା କାଳରେ ପଚାସଢ଼ା ବାହାରିଲେ ତାହାକୁ ଅଗ୍ରାହ୍ୟ କରି ଫେରାଇ ଦିଆଯିବ। ଯଦି ପିଆଜରେ କୌଣସି ପୋକ ବା ଶଣ୍ଢା ବାହାରିଥାଏ ତାହାକୁ ବିଶୋଧନ କାଳରେ ବାଦ ଦେଇ ଭଲ ପିଆଜ ଗୁଡ଼ିକୁ ବଜାରକୁ ଛାଡ଼ିବାକୁ ପଡ଼ିବ। ତେବେ କ୍ଷତି ପାଇଁ ନିରୀକ୍ଷଣ ବାବଦ ଖର୍ଚ୍ଚ ଦେବାକୁ ପଡ଼ିବ ନାହିଁ। ପିଆଜ ଆମଦାନିକାରୀଙ୍କୁ କେବଳ ଖାଉଟୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଓ ଏହା ପ୍ରଚାର ପ୍ରସାର ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି ଏକ ମୁଚାଲିକା ଦେବାକୁ ପଡ଼ିବ। ବ୍ୟବହାର ପାଇଁ ଉଦ୍ଦିଷ୍ଟ ପିଆଜ ଅତିରିକ୍ତ ନିରୀକ୍ଷଣ ବ୍ୟୟ ଦେବାକୁ ପଡ଼ିବ ନାହିଁ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.