Home ଜିଲ୍ଲା ପରିକ୍ରମା ସନ୍ଥିଆ ନିକଟ ସାଳନ୍ଦୀ ନଦୀର ଧଡାଘାଟରେ ଭାସୁଛି ନବଜାତ ଶିଶୁର ମୃତଦେହ

ସନ୍ଥିଆ ନିକଟ ସାଳନ୍ଦୀ ନଦୀର ଧଡାଘାଟରେ ଭାସୁଛି ନବଜାତ ଶିଶୁର ମୃତଦେହ

50

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଭୃଣ ହତ୍ୟା ଦିଗରେ କଠୋର ଆଇନ୍ ପ୍ରଣୟନ କରିଥିବାବେଳେ ଭଦ୍ରକ ସହରରେ ଦିନକୁ ଦିନ ନବଜାତ ଶିଶୁଙ୍କ ମୃତଦେହ ବିଭିନ୍ନ ସ୍ଥାନରେ ମିଳିବା ଘଟଣା ବୁଦ୍ଧିଜୀବୀ ମହଲରେ ଘୋର ପ୍ରତିକ୍ରିୟା ସୃଷ୍ଟି କରିଛି । ନିକଟ ଅତୀତରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଐତିହାସିକ ଗାନ୍ଧିପଡିଆ ମଧ୍ୟରେ ଏକ ଶିଶୁର ମୃତଦେହକୁ କୁକୁର ଝିଣି ଖାଉଥିବାର ଦୃଶ୍ୟ ଲୋକଙ୍କ ମନରୁ ଲିଭିନଥିବାବେଳେ ଆଜି ପୁଣି ଥରେ ଏକ ନବଜାତ ଶିଶୁର ମୃତଦେହ ସନ୍ଥିଆ ନିକଟ ସାଳନ୍ଦୀ ନଦୀର ଧଡା ଘାଟରେ ଭାସୁଥିବାର ଦେଖାଯାଇଛି । ଯାହା ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଭାସୁଥିବା ଶିଶୁଟିର ମୃତଦେହ କେଉଁଠାରୁ କେଉଁ ପରିସ୍ଥିତିରେ ଆସି ଏଠାରେ ପଡିଛି, ସେଥିନେଇ କେହି କୌଣସି ସୂଚନା ଦେଇନଥିବାବେଳେ ଏଭଳି ଦୃଶ୍ୟ ଲୋକଙ୍କ ମନରେ ଆଘାତ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.