Home ଜିଲ୍ଲା ପରିକ୍ରମା ଗାଁସାଥୀ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

ଗାଁସାଥୀ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

34

ଭଦ୍ରକ, ୨୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଗାଁସାଥୀ (ମେଟ୍‌) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶର ସଭାପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ଣରେ ସୀତାରାମ କଲ୍ୟାଣ ମଣ୍ଡପରେ ଭଦ୍ରକ ଜିଲ୍ଲା କମିଟି ତରଫରୁ ସଂଘର ରାଜ୍ୟ ଆନ୍ଦୋଳନ ପାଇଁ ପୂର୍ଣ୍ଣାଙ୍ଗ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ତା’ପରେ ସଂଘର ଏକ ୧୮ଜଣିଆ ପ୍ରତିନିଧି ଦଳ ଭଦ୍ରକ ଜିଲ୍ଳା ପରିଷଦ କାର୍ଯ୍ୟାଳୟ ଯାଇ ସେଠାରେ ନବ ନିଯୁକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଳା ପରିଷଦ, ଭଦ୍ରକ ସରୋଜ କୁମାର ଦତ୍ତଙ୍କୁ ଭେଟିବା ସହିତ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶ୍ରୀଯୁକ୍ତ ଦତ୍ତଙ୍କୁ ସ୍ମୃତି ଫଳକ, ଉତ୍ତରୀୟ, ପୁଷ୍ପଗୁଚ୍ଛ, ବୃକ୍ଷ ଚାରା ଅର୍ପଣ କରି ସ୍ୱାଗତ ଜଣାଇବା ସହିତ ଗାଁସାଥୀ (ମେଟ୍‌) ସଂଘର ବିଭିନ୍ନ ସମସ୍ୟା ଓ ଦାବି ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା । ଗାଁସାଥୀମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ ୧୦ ହଜାର ଟଙ୍କାରୁ ଅଧିକ କରାଯିବା, ଭଦ୍ରକ ଜିଲ୍ଳାରେ ଗାଁସାଥୀମାନଙ୍କର ପଡ଼ି ରହିଥିବା ବକେୟା ପ୍ରାପ୍ୟ ପ୍ରଦାନ କରାଯିବାରେ ପ୍ରଶାସନିକ ସହଯୋଗ ଲୋଡ଼ାଯାଇଥିଲା । ଏହି ମର୍ମରେ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନିର୍ବାହୀ ଅଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀ ବିଶ୍ୱାଳଙ୍କ ସହିତ ଭଦ୍ରକ ଜିଲ୍ଳା ସମ୍ପାଦକ ମନୋଜ ପାଢ଼ୀ, ରବୀନ୍ଦ୍ର ମାଝୀ, ନରେନ୍ଦ୍ର ସାମଲ, ସୂଚୀସ୍ମିତା ପଣ୍ଡା, ନିର୍ମଳା ମଣ୍ଡଳ, କନକଲତା ଦାସ, ଦମୟନ୍ତୀ ଧଳ, ଅମରେନ୍ଦ୍ର ମହାଳିକ, କମଳାକାନ୍ତ ରାଉତ, ପଦ୍ମନାଭ ଜେନା, ସଂଯୁକ୍ତା ବିଶ୍ୱାଳ, ମୀନକେତନ ପତି ଅକ୍ଷୟ କୁମାର ଜେନା, ଅର୍ଜୁନ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.