Home କେନ୍ଦୁଝର ପାଇପ ବିଛାଇବାକୁ ରାସ୍ତା ଖୋଳିଦେଲା ଠିକାସଂସ୍ଥା, ଲୋକେ ହିନସ୍ତା

ପାଇପ ବିଛାଇବାକୁ ରାସ୍ତା ଖୋଳିଦେଲା ଠିକାସଂସ୍ଥା, ଲୋକେ ହିନସ୍ତା

109

ହାଟଡ଼ିହି, ୨୦ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ)ପାଇପ ବିଛାଇବାକୁ ଠିକାଦାର ବର୍ଷା ଦିନରେ ରାସ୍ତା ଖୋଳିଦେବାରୁ ଚୋରଗଡିଆ-ତରତରା ଆରଡି ବିଭାଗ ରାସ୍ତାଟି ଶୋଚନୀୟ ହୋଇ ପଡିଛି । ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଚୋରଗଡିଆ, ଗୋପାଳପୁର, ଘୋଷରାପଦା, ରଗୁଡି, ମହ୍ଲାରପଦା, ବାହିଆ ବାରଦଣ୍ଡା ଆଦି ଗ୍ରାମର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖବରରୁ ଜଣାଯାିଛି ଯେ ଏନସିସି ନାମକ ଏକ ଠିକାସଂସ୍ଥା ମେଗା ୱାଟର ପ୍ରୋଜେକ୍ଟ ପାଇଁ ଗାଁ ଗାଁରେ ପାଇପ ବିଛାଉଥିବାବେଳେ ସବୁସ୍ଥାନରେ ରାସ୍ତା ଗୁଡିକ ଖୋଳି ନଷ୍ଟ କରିଦେଉଛି । ଏବେ ବର୍ଷା ଲାଗି ରହିଥିବାବେଳେ ଗତକାଲି ଗୋପାଳପୁର, ଚୋରଗଡିଆ ନିକଟରେ ରାସ୍ତା ଖୋଲି ଦେବାରୁ ମାଟିସବୁ ପିଚୁ ରାସ୍ତା ଉପରେ ପଡିରହିଥିଲା । ବର୍ଷା ହେବାପରେ ମାଟିସବୁ କାଦୁଅ ହୋଇଯିବାରୁ ସାଧାରଣ ଲୋକମାନେ ବାଇକଟିଏ ମଧ୍ୟ ନେଇ ଯିବା ଆସିବା କରିବା ସମ୍ଭବପର ହେଉ ନାହିଁ । ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.