Home କେନ୍ଦୁଝର ଜନ୍ମଦିନରେ ଗରିବଙ୍କ ଘରଘର ବୁଲି ରନ୍ଧାଖାଦ୍ୟ ବାଣ୍ଟିଲେ ସମାଜସେବୀ ଗଣେଶ

ଜନ୍ମଦିନରେ ଗରିବଙ୍କ ଘରଘର ବୁଲି ରନ୍ଧାଖାଦ୍ୟ ବାଣ୍ଟିଲେ ସମାଜସେବୀ ଗଣେଶ

329

ବଡ଼ବିଲ ,ତା ୨୬ ଅପ୍ରେଲ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ବଡ଼ବିଲର ବେଶ୍ ପରିଚିତ ସମାଜସେବୀ ଗଣେଶ ପାତ୍ର ଆଜି ନିଆରା ଭାବରେ ପାଳନ କଲେ ନିଜର ଜନ୍ମଦିନ । ଗଣେଶ ଆଜି ତାଙ୍କର ଜନ୍ମଦିନ ଅବସରରେ ଗରିବ ଶ୍ରେଣୀର ଲୋକମାନଙ୍କ ଘରଘର ବୁଲି ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି । ଖବର ମୁତାବକ ବଡ଼ବିଲ ଉପଖଣ୍ଡରେ କେଉଁଠି ଘରଟିଏ ପୋଡିଗଲେ କିମ୍ବା କିଏ ରୋଗରେ ପଡିବାର ଶୁଣିଲେ ରାତି ଅଧରେ ମଧ୍ୟ ଦୈାଡି ଯାଆନ୍ତି ଏହି ସମାଜସେବୀ ଗଣେଶ । ତାଙ୍କ ସକ୍ଷମ ଅନୁସାରେ ଗରିବ ଶ୍ରେଣୀର ଲୋକମାନଙ୍କୁ ସବୁ ସମୟରେ ସାହାର୍ଯ୍ୟର ହାତ ବଢ଼ାଇଥାନ୍ତି । ଏଥିସହ ଅନ୍ୟ କେଉଁଠୁ ସହାୟତା ଓ ସହଯୋଗ ମିଳିପାରିବ ସେ ନେଇ ଗଣେଶ ତତ୍ପର ହୋଇପଡିଥାନ୍ତି । ବିଶ୍ୱ ମହାମାରୀ କରୋନାର ପ୍ରଭାବ ସହ ସରକାରଙ୍କ ଏହି ଲକ୍ ଡାଉନରେ ଗରିବ ଶ୍ରେଣୀର ଲୋକ ଓ ଦିନମଜୁରିଆ, ଅସହାୟ ଲୋକମାନଙ୍କ ମଧ୍ୟରେ ଖାଦ୍ୟ ପାଇଁ ହାଁହାକାର ଦେଖିବାକୁ ମିଳିଛି । ଏଥିସହ ବର୍ତ୍ତମାନ ଲକ୍ ଡାଉନ୍ ପାଇଁ ସମସ୍ତ କାମଧନ୍ଦା ବନ୍ଦ ହେବାପରେ ସରକାରୀ ସହାୟତା ମିଳୁନଥିବାରୁ ଅନେକ ଲୋକ ଭୋକ ଉପାସରେ ଦିନ କାଟୁଛନ୍ତି । ସେ ବିଷୟରେ ଖବର ପାଇ ଗଣେଶ ନିଜ ଜନ୍ମଦିନରେ ଘରେ କିଛି ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ଗରିବ ଶ୍ରେଣୀର ଲୋକମାନଙ୍କ ଘରଘର ବୁଲି ଖାଦ୍ୟ ବଣ୍ଟନ କରିଛନ୍ତି । ଏହି ରନ୍ଧାଖାଦ୍ୟ ପ୍ରସ୍ତୁତରେ ଗଣେଶଙ୍କ ମା ବହୁତ ସାହାଯ୍ୟ କରିଥିବା ବେଳେ ଖାଦ୍ୟ ବଣ୍ଟନରେ ତାଙ୍କର ଘନିଷ୍ଠ ବନ୍ଧୁ ଜୟସିଙ୍ଗ ସିଧୁ ସାହାର୍ଯ୍ୟ କରିଥିଲେ ।


LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.