Home Coronavirus Outbreak କରୋନା ମୁକାବିଲା ପାଇଁ ନଟିଆର ସହଯୋଗ ନେଲେ ରାଜ୍ୟ ସରକାର

କରୋନା ମୁକାବିଲା ପାଇଁ ନଟିଆର ସହଯୋଗ ନେଲେ ରାଜ୍ୟ ସରକାର

752

ଭୁବନେଶ୍ୱର: ମହାମାରୀ କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରୟାସ ଜାରୀ ରଖିଛନ୍ତି। ଏଥିପାଇଁ ଭିନ୍ନ ଭିନ୍ନ ପ୍ରକାର ପ୍ରୟୋଗ ଏବଂ ପ୍ରୟାସ କରାଯାଉଛି। ଲୋକଙ୍କୁ ବିଭିନ୍ନ ଉପାୟରେ ସଚେତନ କରାଯାଉଛି। ଏହି କ୍ରମରେ ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ତଥା ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା ପାଇଁ ନଟିଆର ସହଯୋଗ ନେଇଛନ୍ତି। ରାଜ୍ୟ ସରକାରଙ୍କ ସୂଚନା ଏବଂ ଲୋକ ସଂପର୍କ ବିଭାଗ ପକ୍ଷରୁ ଓଡ଼ିଶାରେ ଲୋକପ୍ରିୟ ହୋଇଥିବା କମେଡି ସୋ’ ନଟିଆର କରୋନାକୁ କେମିତି ରୋକିବା ଏପିସୋଡ୍ ଭିଡିଓଟିକୁ ଟ୍ୱିଟ୍ କରାଯିବା ସହ ଲେଖାଯାଇଛି “ସାମାଜିକ ଦୂରତା ବଜାୟ ରଖି କରୋନା ସଂକ୍ରମଣର ଚେନ ଭାଙ୍ଗିବା ସହ ନିଜକୁ ତଥା ଅନ୍ୟମାନଙ୍କୁ ସୁରକ୍ଷିତ ରଖନ୍ତୁ ଏବଂ ଘରେ ରୁହନ୍ତୁ। କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ନଟିଆ କ’ଣ ପରାମର୍ଶ ଦେଉଛି ଦେଖନ୍ତୁ ଏହି ଭିଡିଓ ..-ଦେବଦତ୍ତ ରଥ
https://twitter.com/IPR_Odisha/status/1254029341664542721?s=19

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.