Home କନ୍ଧମାଳ ଗଦଡ଼ି ନିକଟରେ କାର୍‌ଦୁର୍ଘଟଣା: ୪ ଗୁରୁତର, କାର୍‌ରୁ ମିଳିଲା ମୟୁର ମୃତଦେହ

ଗଦଡ଼ି ନିକଟରେ କାର୍‌ଦୁର୍ଘଟଣା: ୪ ଗୁରୁତର, କାର୍‌ରୁ ମିଳିଲା ମୟୁର ମୃତଦେହ

351

ବାଲିଗୁଡା, ୧୪/୨.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଗଦଡ଼ି ନିକଟରେ ଶୁକ୍ରବାର ଏକ କାର୍‌ଦୁର୍ଘଟଣା ଘଟିଥିଲା। ଏଥିରେ ୪ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାରକରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଖବରପାଇ ଥାନା ସବ୍‌ଇନ୍ସପେକ୍ଟର ଗୋପାଳକୃଷ୍ଣ ଆଗୁପାତ୍ର ପହଞ୍ଚି ତଦନ୍ତ ଚଳାଇଛନ୍ତି।

ତେବେ ଉକ୍ତ କାର୍‌ରୁ ଏକ ମୟୁରର ମୃତଦେହ ଉଦ୍ଧାର କରାଯାଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ଜଙ୍ଗଲରୁ ମୟୁର ଚୋରାଚାଲାଣ କରାଯାଉଥିବା ସ୍ଥାନୀୟ ବାସିନ୍ଦା ସନ୍ଦେହ କରିଛନ୍ତି। କାର୍‌ଟି ସିମନବାଡ଼ିରୁ ରାଇକିଆ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.