Home କେନ୍ଦୁଝର ଗଣେଷପୂଜାରେ ସ୍କୁଲରେ ତାଲା

ଗଣେଷପୂଜାରେ ସ୍କୁଲରେ ତାଲା

37

ହାଟଡ଼ିହି, ୧୦ । ୯ :(ଓଡିଆପୁଅ / ବିକାଶ ବିଶ୍ୱାଳ) ଆଜି ହେଉଛି ପବିତ୍ର ଗଣେଷପୂଜା । ଏଥିପାଇଁ ପ୍ରତି ସ୍କୁଲ କଲେଜ ମାନଙ୍କରେ ଗଜାନନଙ୍କ ପୂଜା କରାଯାଇଥାଏ । କିନ୍ତୁ ଚଳିତବର୍ଷ କୋଭିଡ କଟକଣା ଯୋଗୁଁ ସିମୀତ ଛାତ୍ରଛାତ୍ରୀଙ୍କୁ ନେଇ ଏହି ପୂଜା କରାଯାଇପାରିବ ବୋଲି ନିୟମ କରାଯାଇଛି । ଅଧିକାଶଂ ସ୍କୁଲ ମାନଙ୍କରେ ଛାତ୍ରଛାତ୍ରୀଙ୍କ ବିନା କେବଳ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ । କିନ୍ତୁ ଢ଼େଙ୍କା ହାଇସ୍କୁଲରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ନା ଥିଲେ କୌଣସି ଶିକ୍ଷକ ଶିକ୍ଷୟତ୍ରୀ ନା ଥିଲେ ଛାତ୍ରଛାତ୍ରୀ । ବିଦ୍ୟାଳୟରେ ତାଲା ଝୁଲୁ ଥିବାନେଇ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟ ସଦସ୍ୟାଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଥିଲା । ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ମାନସିଂହ ମୁର୍ମୁଙ୍କୁ ପଚାରିବାରେ ସେ କହିଥିଲେ ଯେ ଅନ୍ୟ ଶିକ୍ଷକ ମାନଙ୍କୁ କହିଥିଲି ଫଟୋ ରଖି ପୂଜାର୍ଚ୍ଚନା କରିବାପାଇଁ । କିନ୍ତୁ କେହି ଆସିନଥିବାର କାରଣ କଣ ମୁଁ ପଚାରି କହିବି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.