Home ଜିଲ୍ଲା ପରିକ୍ରମା ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ଜନବିରୋଧୀ ବଜେ୍‌ଟକୁ ବିରୋଧ କରି ବିକ୍ଷୋଭ

ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ଜନବିରୋଧୀ ବଜେ୍‌ଟକୁ ବିରୋଧ କରି ବିକ୍ଷୋଭ

22

ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଅଖିଳ ଭାରତୀୟ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ଜନବିରୋଧୀ ବଜେଟ୍‌କୁ ପ୍ରତିବାଦ କରିବା ସହ ବସଷାଣ୍ଡ ଠାରେ ମହିଳାମାନେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏବଂ ଏଥିସହ ଏକ ପ୍ରତିବାଦ ସଭା ଜିଲା ସଭାନେତ୍ରୀ ପ୍ରଭାତୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ସଂପାଦିକା ସୁରଜିତା ନାୟକ, ମମତା ଜେନା, ଶିଖା ମହାପାତ୍ର, ରୋଜାଲିନ୍ ସାମ୍ୟବାଦ, ସୁମତି ନାୟକ, କାମିନୀ ନାୟକ, ସବିତା ନାୟକ, ବାସନ୍ତୀ ବେହେରା, ମିନୁ ମହାପାତ୍ର ପ୍ରମୁଖ କେନ୍ଦ୍ର ସରକାରଙ୍କ ଜନବିରୋଧୀ ବଜେଟ୍ ଦରଦାମ ବୃଦ୍ଧି, ବେକାରୀ ସମସ୍ୟାକୁ ଉତ୍କଟ କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ କୃଷିରେ ସଂକଟ ସୃଷ୍ଟି କରିଛି ବୋଲି ବକ୍ତବ୍ୟ ଦେବା ସହ ଏହାର ପ୍ରତିବାଦ ମଧ୍ୟ କରିଥିଲେ। ଏବଂ ଜନବିରୋଧୀ ବଜେଟ୍‌କୁ ଜନସାଧାରଣଙ୍କ ସମ୍ମୁଖରେ ପୋଡିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.