Home ଜିଲ୍ଲା ପରିକ୍ରମା ଭଦ୍ରକ ତହସିଲର ବରିଷ୍ଠ କିରାଣୀଙ୍କ ପରଲୋକ

ଭଦ୍ରକ ତହସିଲର ବରିଷ୍ଠ କିରାଣୀଙ୍କ ପରଲୋକ

25

ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ତହସିଲ ଅଫିସର ବରିଷ୍ଠ କିରାଣୀ (ସିନିୟର କ୍ଲକ୍‌) ସୁଧାଂଶୁ ଶେଖର ଜେନା (୪୨) ଙ୍କ ଆଜି ପରଲୋକ ହୋଇଯାଇଛି। ସେ ଦୀର୍ଘଦିନଧରି କିଡ୍‌ନୀ ରୋଗରେ ପୀଡିତ ହୋଇ ନିଜ ଘର ଭୋଗରାଇରେ ରହିଥିଲେ। ଆଜି ତାଙ୍କ ଶାରୀରିକ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବାଲେଶ୍ୱର ସଦର ହସ୍‌ପିଟାଲକୁ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇଁ ଭଦ୍ରକ ତହସିଲ କାର୍ଯ୍ୟାଳୟର ଅତିରିକ୍ତ ତହସିଲଦାର ଚୈତନ୍ୟ ପ୍ରସାଦ ମୁର୍ମୁ, ରେଭିନ୍ୟୁ ସୁପରଭାଇଜର ରଂଜିତ ଦାସ, ନାଜିର ପାର୍ଥସାରଥୀ ବାଗ, ଶୁଭଜିତ୍ ଦାସ, ମୋହରୀର ସଂଘର ସଦସ୍ୟ ନାରାୟଣ ଚନ୍ଦ୍ର କର ବାଲେଶ୍ୱର ହସ୍‌ପିଟାଲରେ ପହଞ୍ôଚ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାବ୍ୟତୀତ ମୃତ୍ୟୁଖବର ପାଇ ବାଲେଶ୍ୱର ଜିଲା କାର୍ଯ୍ୟାଳୟର ଜୁଡିସିଆଲ ବିଭାଗର ଆସିଷ୍ଟାଣ୍ଟ କଲେକ୍ଟର ହରନାରାୟଣ ଦାସ, କୋର୍ଟ ଅଫିସର ପ୍ରଦ୍ୟୁମ୍ନ ଜେନା ସଦର ହସ୍‌ପିଟାଲରେ ପହଞ୍ôଚ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ଅନ୍ତିମ ସଂସ୍କାର ପାଇଁ ଭଦ୍ରକ ସହର ତହସିଲ ପ୍ରଶାସନ ତରଫରୁ ୧୦ ହଜାର ଟଙ୍କା ଓ ମୋହରୀର ସଂଘ ତରଫରୁ ୨ ହଜାର ଟଙ୍କା ତାଙ୍କ ପରିବାର ବର୍ଗଙ୍କୁ ଦିଆଯାଇଥିଲା। ଶ୍ରୀ ଜେନାଙ୍କ ମୃତ୍ୟୁ ଖବରରେ ଓଡ଼ିଶା ରାଜ୍ୟ ରାଜସ୍ୱ ଅମଲା ସଂଘର ସଂପାଦକ ତପନ ସ୍ୱାଇଁ ଓ ଭଦ୍ରକ ତହସିଲ କାର୍ଯ୍ୟାଳୟର ପୂର୍ବତନ ଅତିରିକ୍ତ ତହସିଲଦାର ମିନାକ୍ଷୀ ଦାସ ଗଭୀର ଶୋକ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.