Home ଜିଲ୍ଲା ପରିକ୍ରମା ଚନ୍ଦନବଜାର ଓ ପୁରୁଣାବଜାରରେ ବ୍ୟାଙ୍କ ଶାଖା ଖୋଲିବା ପାଇଁ ୯ମ ଦାବିପତ୍ର

ଚନ୍ଦନବଜାର ଓ ପୁରୁଣାବଜାରରେ ବ୍ୟାଙ୍କ ଶାଖା ଖୋଲିବା ପାଇଁ ୯ମ ଦାବିପତ୍ର

25

ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ଚନ୍ଦନବଜାର ଓ ପୁରୁଣାବଜାରରେ ଏକ ବ୍ୟାଙ୍କ ଶାଖା ଖୋଲିବା ପାଇଁ ଆଜି ପୂର୍ବତନ ବିଧାୟକ ନରେନ ପଲେଇଙ୍କ ନେତୃତ୍ୱରେ ୯ମ ଦାବିପତ୍ର ପ୍ରଦାନ କରାଯାଇଛି। ସମସ୍ତ ପ୍ରକାର ଅନୁକୂଳ ପରିବେଶ ଓ ବ୍ୟବସାୟ, ଶିକ୍ଷା, ସ୍ୱାସ୍ଥ୍ୟ, ନିର୍ଭରଶୀଳ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ଆବଶ୍ୟକତା ଥାଇ ମଧ୍ୟ ବ୍ୟାଙ୍କ ଶାଖାଟିର ଆବଶ୍ୟତାକୁ ଉପଲବ୍ôଧ କରି ଶ୍ରୀ ପଲେଇ ଭୁବନେଶ୍ୱର ସର୍କଲ ମେନେଜରଙ୍କୁ ଧାରାବାହିକ ଭାବରେ ଆଜକୁ ୯ ମାସ ହେବ ଦାବିପତ୍ର ପ୍ରଦାନ କରିଆସୁଛନ୍ତି। ଏଥିସହ ୩ ମାସ ହେବ ପଂଜାବ ନେସନାଲ ବ୍ୟାଙ୍କ ଓ ୪ ମାସ ହେବ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର କର୍ତ୍ତୃପକ୍ଷମାନଙ୍କୁ ଦାବିପତ୍ର ପ୍ରଦାନ କରିଆସୁଛନ୍ତି। ଆଜି ଏହି ଦାବିପତ୍ର ପ୍ରଦାନ ସମୟରେ ବିଭୂତି ସାହୁ, ଅରୁଣ ମଜୁମଦାର, କୁଟିଆ ନାୟକ, ଟୁକୁ ସାହୁ, ମୁନ୍ନା ପରିଡା, ପ୍ରଶାନ୍ତ ସେଠୀ, କଲ୍ଲୋଲ ଲେଙ୍କା, ମହେନ୍ଦ୍ର ଯତି, ଟୁନୁ ପଲେଇ, ସେକ୍ ଜଫି, ସେକ୍ କୁରବାନ, ଉଜ୍ଜଳନାୟକ, ରାନୁ ପ୍ରଧାନ, ବାବୁ ବାରିକ, ସଂଜୟ ନାୟକ, ବୁଲୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବିଷୟରେ ଶ୍ରୀ ପଲେଇ ଜିଲାପାଳଙ୍କ ସହ ଫୋନେ୍ ଯୋଗେ ଆଲୋଚନା କରିବା କାଳରେ ଜିଲାପାଳ ଏହି ପ୍ରସଙ୍ଗରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ଏବଂ ଏହା ପ୍ରୋସେସ୍‌ରେ ଅଛି ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.