Home ଜିଲ୍ଲା ପରିକ୍ରମା ନଭେମ୍ବର ୧୫ ଏବଂ ୧୬ ରେ ଭଦ୍ରକ ଜିଲ୍ଲା ନିଯୁକ୍ତି ମେଳା

ନଭେମ୍ବର ୧୫ ଏବଂ ୧୬ ରେ ଭଦ୍ରକ ଜିଲ୍ଲା ନିଯୁକ୍ତି ମେଳା

37

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ପ୍ରାୟୋଜିତ ତଥା ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ଭଦ୍ରକ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଆସନ୍ତା ୧୫ ଓ ୧୬ ନଭେମ୍ବର ( ସକାଳ ୯ ଟାରୁ ଦିବା ୨ ଘଟିକା )ଦିନ ଭଦ୍ରକ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରର ୧୨-୧୫ ଜଣ ନିଯୁକ୍ତିଦାତା ଏବଂ ୫-୭ଜଣ ପ୍ରଶିକ୍ଷଣ ଭିତ୍ତିକ ନିଯୁକ୍ତି ସଂସ୍ଥା ଭାଗ ନେବେ ବୋଲି ଜିଲ୍ଲା ନିୟୋଜନ ଅଧିକାରୀଙ୍କ ନିକଟରୁ ପ୍ରକାଶ। ପଞ୍ଚମ ରୁ ଦଶମ, +୨, +୩, ଆଇ.ଟି.ଆଇ, ଡ଼ିପ୍ଲୋମା ତଥା ନର୍ସିଂ ଯୋଗ୍ୟତାଧାରୀ ୧୮ ରୁ ୩୫ ବର୍ଷୀୟ ଯୁବକ ଯୁବତୀମାନେ ଏହି ମେଳାରେ ଅଂଶ ଗ୍ରହଣ କରିପାରିବେ। ସରକାରୀ ଚାକିରୀ ବ୍ୟତୀତ ବେସରକାରୀ ସଂସ୍ଥାରେ ଉପଲବ୍ଧ ନିଯୁକ୍ତିର ସୁଯୋଗ ନେଇ ରୋଜଗାରକ୍ଷମ ହେବା ପାଇଁ ଜିଲ୍ଲାର କୋଣ ଅନୁକୋଣରୁ ସମସ୍ତ ନିଯୁକ୍ତି ଆଶାୟୀ ପ୍ରାର୍ଥୀମାନେ ସରକାରଙ୍କର ଏହି ଅଭିନବ କାର୍ଯ୍ୟକ୍ରମରୁ ଲାଭ ନେବାପାଇଁ ଜିଲ୍ଲା ପ୍ରଶାସନ ଆହ୍ୱାନ କରୁଛି। ଏହି ମେଳାରେ ବେସରକାରୀ ନିଯୁକ୍ତିର ସୁଯୋଗ ଟ. ୧୨୦୦୦ – ୨୦୦୦୦ ମାସିକ ବେତନ ସହ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ଥିବାର ସୂଚନା ମିଳେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.