Home ଜିଲ୍ଲା ପରିକ୍ରମା ଗଡିଲାନି ରଥ, ଭକ୍ତଙ୍କ ଦ୍ୱାରା ମାଉସୀ ଘର ଗଲେ ଭାଇ-ଭଉଣୀ

ଗଡିଲାନି ରଥ, ଭକ୍ତଙ୍କ ଦ୍ୱାରା ମାଉସୀ ଘର ଗଲେ ଭାଇ-ଭଉଣୀ

27

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ବ୍ଲକର ଆଦମପୁର ଠାରେ ବିନାରଥରେ ବିଗ୍ରହମାନଙ୍କୁ ମାଉସୀ ଘରକୁ ନିଆଯାଇ ଚଳିତ ବର୍ଷ ଚାଳିଶତମ ଯାତ୍ରା ଅନୁଷ୍ଠିତ ହୋଇଛି । ଅଣସର ଘରେ ରହିଥିବା ଚତୁର୍ଦ୍ଧାମୂର୍ତ୍ତିକୁ ନୂତନ ବସ୍ତ୍ର, ପୁଷ୍ପ, ଚନ୍ଦନରେ ସଜ୍ଜିତ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଶ୍ରଦ୍ଧାଳୁମାନେ ଘଣ୍ଟ, ମୃଦଙ୍ଗ ବାଜାର ଯାତ୍ରା ସମାପନ କରିବା ସହ ପ୍ରସାଦସେବନ କରିଥିଲେ । ଜଗନ୍ନାଥ ସାହିତ୍ୟ ସଂସ୍କୃତି ପରିଷଦର ସମ୍ପାଦକ ମୋହନ ଚନ୍ଦ୍ର ଖିଲାର, ପ୍ରଶାନ୍ତ ଖିଲାର, ବିଣାପାଣୀ ଖିଲାର, ଦେବାଶିଷ ଖିଲାର, ଶୁଭାଶିଷ ଖିଲାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କରୋନା ସଂକ୍ରମଣ ପ୍ରତିରୋଧ କରିବା ପାଇଁ ପୁରୀ ବ୍ୟତୀତ ଅନ୍ୟତ୍ର ରଥଯାତ୍ରା ଗତବର୍ଷ ଭଳି ବନ୍ଦ ରହିଛି । ମାତ୍ର ପରମ୍ପରା ରକ୍ଷା ପାଇଁ ଭକ୍ତମାନେ ଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ବିଗ୍ରହକୁ କାନ୍ଧରେ ବସାଇ ମାଉସୀ ଘରକୁ ନେଇଛନ୍ତି । ବ୍ଲକର ବିଭିନ୍ନ ସ୍ଥାନରେ ଥିବା ମନ୍ଦିରରେ ନୀତିକାନ୍ତି ପାଳନ କରାଯିବା ସହ ଶ୍ରୀ ଜୀଉଙ୍କୁ ବହନ କରି ମାଉସୀ ମା ମନ୍ଦିରକୁ ଭକ୍ତମାନେ ନେଇଥିବା ଜଣାଯାଇଛି । ସବୁଠି ନିରାଡମ୍ବର ଭାବେ କୋଭିଡ କଟକଣା ସହ ଏହା ପାଳନ କରାଯାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.