Home ଜିଲ୍ଲା ପରିକ୍ରମା ଆଗରପଡ଼ାରେ ଘୋଷଯାତ୍ରା

ଆଗରପଡ଼ାରେ ଘୋଷଯାତ୍ରା

64

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଭିଡ଼ କଟକଣା ଯୋଗୁଁ ଜିଲ୍ଲାର ପ୍ରମୁଖ ଘୋଷଯାତ୍ରା ଆଗରପଡ଼ା ଠାରେ ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣା ସତ୍ୱେ ଘୋଷଯାତ୍ରା ପାଇଁ ଶ୍ରୀ ଜୀଉ ମାନଙ୍କର ପ୍ରତ୍ୟୁଷ ରୁ ମଙ୍ଗଳ ଆରତୀ,ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଆଦି ବିଶେଷ କାର୍ଯ୍ୟକ୍ରମ ମାନ ଶ୍ରୀ ମନ୍ଦିର ରେ ସଂପାଦନ ହୋଇଥିଲା । ବିନା ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଏହି ନୀତିକାର୍ଯ୍ୟ ଚାଲିଥିଲା । ମନ୍ଦିର ମୁଖ୍ୟ କିଶୋରୀମୋହନ ସିଂହ ଓ ମୁଖ୍ୟ ପରିଚାଳକ ସୁପ୍ରିମକୋର୍ଟ ଆଡ଼ଭୋକେଟ ଜଗତମୋହନ ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୁଖ୍ୟ ପୂଜକ ଗୋପାଳ ସାମନ୍ତରାୟ ପ୍ରମୁଖଙ୍କ ଦ୍ୱାରା ରୀତିନୀତି କାର୍ଯ୍ୟ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.