Home ଅପରାଧ ଗଞ୍ଜେଇ ଧରି ଗାଡିକୁ ଅପେକ୍ଷା କରିଥିଲା, ପୋଲିସ ହାବୁଡେ ପଡି ଜେଲ ଗଲା

ଗଞ୍ଜେଇ ଧରି ଗାଡିକୁ ଅପେକ୍ଷା କରିଥିଲା, ପୋଲିସ ହାବୁଡେ ପଡି ଜେଲ ଗଲା

188

ବାଲିଗୁଡା, ୮/୯- (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ପୁଲିସ ଦ୍ୱାରା ଜଣେ ଗଂଜେଇ ମାଫିଆ ଗିରଫ ହୋଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି। ସୂଚନା ପ୍ରକାରେ, ବାଲିଗୁଡା ଥାନା ଅନ୍ତର୍ଗତ ନାଡାପାଟାଙ୍ଗା ଠାରେ ଜଣେ ଗଂଜେଇ ମାଫିଆ ୧୦୦ କେଜି ଗଂଜେଇ ବସ୍ତାରେ ଭର୍ତି କରି କୌଣସି ଏକ ଯାତ୍ରୀ ବାହି ବସକୁ ଅପେକ୍ଷା କରିଥିଲା। କୌଣସି ପ୍ରକାରେ ଖବର ପାଇଁ ପୋଲିସ ସେହିସ୍ଥାନରେ ପହଞ୍ଚି ଗଂଜେଇ ଜବତ କରିବା ସହ ଜଣକୁ ଗିରଫ କରିଥିଲେ। ଗିରଫ ବ୍ୟକ୍ତି ଜଣକ ବାଲିଗୁଡାର ଚିତ୍ରସେନ ନାୟକ। ବାଲିଗୁଡା ଥାନାର ଏସଆଇ ରବିନ୍ଦ୍ର ମୁଣ୍ଡାରୀ ଗଂଜେଇ ସହ ଚିତ୍ରସେନକୁ ଗିରଫ କରି କେଶନଂ-୧୬୩/୨୦ରେ ଏକ ମାମଲା ରୁଜୁ କରି କୋଭିଡ-୧୯ରେ ସ୍ୱାସ୍ଥ୍ୟ ପରୀକ୍ଷା କରି ଗିରଫ ବ୍ୟକ୍ତିକୁ କୋର୍ଟ ଚାଲଣ କରିଥିବା ବେଳେ ଉକ୍ତ ଘଟଣାକୁ ଅଧିକ ତଦନ୍ତ କରୁଛନ୍ତି ଏସଆଇ ଦୀପକ ରାଉତ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.