Home ଅପରାଧ କାହା ନିର୍ଦ୍ଦେଶରେ ନରଣପୁର ଠାରୁ ବ୍ରାହ୍ମଣୀପାଳ ଭିଆଇପି ରାସ୍ତାରେ ଚଳାଚଳ କରୁଛି ଭାରିଯାନ, ବଢୁଛି ଦିନକୁଦିନ...

କାହା ନିର୍ଦ୍ଦେଶରେ ନରଣପୁର ଠାରୁ ବ୍ରାହ୍ମଣୀପାଳ ଭିଆଇପି ରାସ୍ତାରେ ଚଳାଚଳ କରୁଛି ଭାରିଯାନ, ବଢୁଛି ଦିନକୁଦିନ ଦୁର୍ଘଟଣା ଓ ଜନ ଅସନ୍ତୋଷ

177

ହରିଚନ୍ଦନପୁର,ତା ୮ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ନରଣପୁର ଠାରୁ ବ୍ରାହ୍ମଣୀପାଳ ଭିଆଇପି ରାସ୍ତାରେ କାହା ନିର୍ଦ୍ଦେଶରେ ଶହଶହ ଲୁହାପଥର ବୋଝେଇ ଭାରିଯାନ ଚଳାଚଳ ବୃଦ୍ଧି ହେଉଛି, ଦିନକୁଦିନ ବଢ଼ିଚାଲିଛି ଦୁର୍ଘଟଣା, ଜନସାଧାରଣରେ ଅସନ୍ତୋଷର ଦାନା ବାନ୍ଧୁଛି । ଏହି ରାସ୍ତାରେ ପ୍ରତ୍ୟେକ ଦିନ ଶହଶହ ବିଭିନ୍ନ ଚକିଆ ଟ୍ରକ ଲୁହାପଥର ପରିବହନ ନିମନ୍ତେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି । ଖବର ମୁତାବକ ୨୦ନମ୍ବର ଜାତୀୟ ରାଜପଥରେ ଏହି ଲୁହାପଥର ବୋଝେଇ ଗାଡ଼ି ଗୁଡ଼ିକ ଯାତାୟାତ ପାଇଁ ପ୍ରଶାସନର ନିର୍ଦ୍ଦେଶ ରହିଛି । ହେଲେ ସେହି ରାସ୍ତାରେ ୩ଟି ଟୋଲ ଗେଟ୍ ରହିଛି ଯେଉଁଥିରେ ଭାରିଯାନ ଟ୍ରକ୍ ଗୁଡିକୁ ଅଧିକ ଟଙ୍କା ଦେବାକୁ ପଡିଥାଏ । ଏଥିସହ ଟ୍ରକମାଲିକମାନେ ଅଧିକ ଲାଭବାନ ଆଶାରେ ଦୂରତା କମ୍ ଓ ଅଧିକ ଟ୍ରିପ କରିବା ନିମନ୍ତେ ପଣ୍ଡାପଡା, ହରିଚନ୍ଦନପୁର, ଦୈତାରୀଥାନାକୁ ମାସିକ ମୋଟା ଅଙ୍କର ଚାନ୍ଦା ଦେଇ ଭାରିଯାନ ଚଳାଚଳ ନିଷେଧ ଥିବା ଏହି ରାସ୍ତାରେ ଗାଡ଼ି ଗୁଡ଼ିକ ଚଳାଚଳ କରୁଥିବା ନେଇ ଜନସାଧାରଣରେ ଚର୍ଚ୍ଚା ଯୋର୍ ଧରିଛି । ଭିଆଇପି ରାସ୍ତାର ମାନ୍ୟତା ପାଇଥିବା ଏହି ରାସ୍ତାରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ଯାନ ବ୍ୟାତିତ ଅନ୍ୟ କୌଣସି ଭାରି ପଣ୍ୟବାହୀ ଯାନ ଚଳାଚଳକୁ ପ୍ରଶାସନ ପକ୍ଷରୁ ନିଷେଧ କରାଯାଇଥିଲା । ଲୋକଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ନରଣପୁର-ବ୍ରାହ୍ମଣୀପାଳ ରାସ୍ତାରେ ପ୍ରତ୍ୟେକ ଦିନ ଶହଶହ ସଂଖ୍ୟାରେ ଲୁହାପଥର ବୋଝେଇ ଟ୍ରକ ଚଳାଚଳ କରୁଛନ୍ତି । ଅଧିକ ମାତ୍ରାରେ ଏହି ରାସ୍ତାରେ ଟ୍ରକ ଗୁଡ଼ିକ ଚଳାଚଳ କରୁଥିବାରୁ ଅତି ଆବଶ୍ୟକୀୟ ଯାନ ତଥା ଆମ୍ବୁଲାନ୍ସ, ଖୀର ଗାଡି, ଭଳି ଜରୁରୀକାଳିନ ଗାଡିଗୁଡିକର ଅନେକ ସମୟରେ ଯାତାୟାତରେ ବାଧା ସୃଷ୍ଟି ହେଉଥିବା ନଜିର ରହିଛି । ହରିଚନ୍ଦନପୁର ଠାରୁ ଘଟଗାଁ ଓ ବାରାହାଟିପୁରା ଦେଇ ଢେଙ୍କିକୋଟ ରାସ୍ତାରେ ଶହଶହ ଭାରିଯାନ ଚଳାଚଳ କରୁଥିବା ଦେଖିବାକୁ ମିଳିଛି । ଏହି ସବୁ ରାସ୍ତାରେ ଭାରିଯାନ ଚଳାଚଳ ଯୋଗୁଁ ରାସ୍ତାର ଅବସ୍ଥା ଦିନକୁଦିନ ଖରାପ ହେବାକୁ ବସିଥିବା ବେଳେ ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣା ଘଟୁଥିବା ସହ ଅନେକଙ୍କ ଜୀବନ ଯାଉଥିବା ନଜିର ରହିଛି । ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ଏହି ରାସ୍ତା ଗୁଡିକରେ ଅତ୍ୟାଆବଶ୍ୟକୀୟ ଯାନ ବ୍ୟାତିତ ଲୁହାପଥର ପରିବହନ ଯାନକୁ ବନ୍ଦ କରିବା ପାଇଁ ବୃଦ୍ଧିଜୀବି ମହଲରେ ଦାବି ହୋଇଛି ।



LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.