Home ଓଡ଼ିଶା ଭୁବନେଶ୍ୱର: ଅନୁଭବଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କଲା ମହିଳା ମୋର୍ଚ୍ଚା

ଭୁବନେଶ୍ୱର: ଅନୁଭବଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କଲା ମହିଳା ମୋର୍ଚ୍ଚା

345

ଭୁବନେଶ୍ୱର: ଅଭିନେତା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି ମହିଳା ମୋର୍ଚ୍ଚା। ମହିଳା ମୋର୍ଚ୍ଚା ପକ୍ଷରୁ କୁହାଯାଇଛି, ରାଜ୍ୟର ମା’ ଓ ଭଉଣୀଙ୍କୁ ସୁରକ୍ଷା ଯୋଗାଇ ଦେବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ରାଜ୍ୟ ସରକାରଙ୍କୁ ମହିଳା ବିରୋଧୀ ବୋଲି ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ପ୍ରଶାସନ ଓ ପୋଲିସକୁ ବ୍ୟବହାର କରି ଘଟଣାଗୁଡିକୁ ଚାପି ଦେଉଥିଲେ। ଏବେ ଏହି ଘଟଣାଟି ରାଜ୍ୟ ସରକାରଙ୍କ ମହିଳା ବିରୋଧି ଆଭିମୁଖ୍ୟକୁ ସ୍ପଷ୍ଟ କରିଛି। ଶାସକ ବିଜେଡି ମୁଖିଆଙ୍କ ନିଜ ପରିବାର ସଦସ୍ୟଙ୍କ ଘରେ ଏଭଳି ମହିଳା ଅତ୍ୟାଚାର ଓ ହିଂସା ଘଟଣା ଘଟି ଚାଲିବା ରାଜ୍ୟରେ ମହିଳା ସୁରକ୍ଷା ଦିଗକୁ ଦର୍ଶାଉଛି। ନିଜ ଦଳର ସାଂସଦଙ୍କ ମହିଳା ହିଂସା ଘଟଣାଟି ବର୍ତ୍ତମାନ ହାଟ ଓ ଦାଣ୍ଡରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ତଥାପି ମୁଖିଆ ଭାବେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ନୀରବଦ୍ରଷ୍ଟା ସାଜିବା ଅତ୍ୟନ୍ତ ଲଜ୍ଜାଜନକ ଏବଂ ତାଙ୍କରି ‘ମା’କୁ ସମ୍ମାନ’ର ସ୍ଲୋଗାନ ଏକ ଖୋଲା ଉପହାସ ।

ଘରୋଇ ଏବଂ ମହିଳା ହିଂସା ଅଭିଯୋଗ କାରଣରୁ ନୈତିକତା ଓ ମାନବିକତା ଦୃଷ୍ଟିରୁ ଏବଂ ପଦମର୍ଯ୍ୟାଦା ହରାଇଥିବା ସାଂସଦ ଅନୁଭବ ମହାନ୍ତି ତୁରନ୍ତ ନିଜ ସାମ୍ବିଧାନିକ ପଦରୁ ଇସ୍ତଫା ଦିଅନ୍ତୁ। ନିଜ ଦଳର ଜଣେ ମହିଳା ବିରୋଧୀ ସାଂସଦଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କ ଦଳରୁ ବହିଷ୍କାର କରନ୍ତୁ ବୋଲି ବିଜେପି ମହିଳା ମୋର୍ଚ୍ଚା ଦାବି କରିଛି। ଏହାକୁ ନେଇ ଭୁବନେଶ୍ୱର ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ କୁଶପୁତ୍ତଳିକା ଦାହ ତଥା ବିକ୍ଷୋଭ କରାଯାଇଥିଲା। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ମନ୍ଦାକିନୀ ପାତ୍ର, ସୁଭାସିନୀ ପୃଷ୍ଟି, ଶଶିପ୍ରଭା ରଥ, ତୃପ୍ତିମୟୀ ମକଦ୍ଦମ, ବନ୍ଦନା ଦାସ କାନୁନଗୋ, କବିତା ଲେଙ୍କା, ମେନକା ପରିଡ଼ା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। – @DevDR

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.