Home Top News ଯେଉଁଠି ଜଣେ ମହିଳା ପୋଲିସ୍ ଅଧିକାରୀ ସୁରକ୍ଷିତ ନୁହଁନ୍ତି, ଜଣେ ସାଧାରଣ ମହିଳା ନିଜକୁ ସୁରକ୍ଷିତ...

ଯେଉଁଠି ଜଣେ ମହିଳା ପୋଲିସ୍ ଅଧିକାରୀ ସୁରକ୍ଷିତ ନୁହଁନ୍ତି, ଜଣେ ସାଧାରଣ ମହିଳା ନିଜକୁ ସୁରକ୍ଷିତ ମଣିବ କେମିତି ..

85

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ମହିଳା ଏସ୍‌ଆଇ ସ୍ୱାଗତିକା ବେହେରା ଶନିବାର ବେକରେ ଓଢ଼ଣି ଲଗାଇ ନିଜ ସରକାରୀ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ପାଣ୍ଡବପାଟଣା ଗ୍ରାମର ସ୍ବର୍ଗତ ପ୍ରଭାସ ବେହେରାଙ୍କ ଝିଅ ସ୍ବାଗତିକା ବେହେରା (ରିଙ୍କି) ୩ ବର୍ଷ ତଳେ ପୁଲିସ୍ ସବ୍‌ ଇନ୍ସପେକ୍ଟର ଚାକିରି ପାଇ ପ୍ରଥମେ ଟ୍ରେନିଂରେ ନିରାକାରପୁର ଥାନାରେ ଓ ପରେ ଜଙ୍କିଆ ଥାନାରେ କାର୍ଯ୍ୟ କରିଥିଲେ। ଏହାପରେ ସେ ଭୁବନେଶ୍ବର ବିଜୁ ପଟ୍ଟନାୟକ ପୁଲିସ ଟ୍ରେନିଂ ସେଣ୍ଟର୍‌ରେ ଟ୍ରେନିଂ ନେବା ପରେ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଆଦର୍ଶ ଥାନାରେ କାର୍ଯ୍ୟରତ ଥିଲେ। ଶନିବାର ସକାଳୁ ତାଙ୍କ ଝୁଲନ୍ତା ମୃତଦେହ ସରକାରୀ କ୍ୱାର୍ଟରରୁ ମିଳିଥିଲା। ସ୍ବାଗତିକାଙ୍କ ମୃତ୍ୟୁ ଖବର ପହଞ୍ଚିବା ପରେ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନଙ୍କ ମଧ୍ୟରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ସ୍ୱାଗତିକାଙ୍କ ମୃତ୍ୟୁ ହତ୍ୟା, ନାଁ ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନଥିବା ବେଳେ ଜି. ଉଦୟଗିରି ଥାନା ଆଇଆଇସିଙ୍କ ମାନସିକ ନିର୍ଯାତନା ସ୍ବାଗତିକାଙ୍କ ମୃତ୍ୟୁର କାରଣ ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବିଜେପି ନେତ୍ରୀ ହରପ୍ରିୟା ସାହୁ କହିଛନ୍ତି, ସ୍ବାଗତିକାଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନ ଭାଙ୍ଗି ପଡ଼ିଛନ୍ତି। ବିଧବା ମା’ଙ୍କ ଆଖୁରୁ ଲୁହ ଶୁଖୁନାହିଁ। ଭାଇମାନେ ଛୋଟମୋଟ ବ୍ୟବସାୟ କରୁଥିବା ବେଳେ ସ୍ବାଗତିକାଙ୍କ ଉପରେ ପରିବାର ଅଧିକ ନିର୍ଭରଶୀଳ ଥିଲେ। ସ୍ୱାଗତିକାଙ୍କ ମୃତ୍ୟୁ ହତ୍ୟା, ନାଁ ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନଥିବା ବେଳେ ଜି. ଉଦୟଗିରି ଥାନା ଆଇଆଇସିଙ୍କ ମାନସିକ ନିର୍ଯାତନା ସ୍ବାଗତିକାଙ୍କ ମୃତ୍ୟୁର କାରଣ ବୋଲି ପରିବାର ପକ୍ଷରୁ ସ୍ପଷ୍ଟ ଅଭିଯୋଗ କରାଯାଇଛି।

ମା’କୁ ସମ୍ମାନ” ନାରା ଦେଉଥିବା ନବୀନ ସରକାର ନିଜ ଗୃହ ବିଭାଗର ଜଣେ ମହିଳା ପୋଲିସ୍ ଅଧିକାରୀଙ୍କୁ ସୁରକ୍ଷା ଦେବାରେ ବିଫଳ। ଓଡ଼ିଶାରେ ନବୀନ ସରକାରଙ୍କ ଶାସନରେ ଯେତେବେଳେ ଜଣେ ମହିଳା ପୋଲିସ୍ ଅଧିକାରୀ ସୁରକ୍ଷିତ ନୁହଁ, ଏଥିରେ ଜଣେ ସାଧାରଣ ମହିଳା ବା ନିଜକୁ ସୁରକ୍ଷିତ ମଣିବ କେମିତି? ଏମିତିରେ ରିଙ୍କି ତ’ ଆଉ ଫେରିବେନି। ତବେ, ନବୀନ ସରକାର ନିଜର ଭାବମୂର୍ତ୍ତି ବଞ୍ଚାଇ ରଖିବାକୁ ହେଲେ, ଏହି ଘଟଣାର ଉଚିତ୍ ତଦନ୍ତ କରାଯାଇ ଦୋଷୀଙ୍କୁ ତୁରନ୍ତ ଦଣ୍ଡବିଧାନ ଓ ପୀଡ଼ିତାଙ୍କ ପରିବାରକୁ ତୁରନ୍ତ ନ୍ୟାୟ ପ୍ରଦାନ କରାଯାଉ ବୋଲି ହରପ୍ରିୟା ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.