Home ଜିଲ୍ଲା ପରିକ୍ରମା ଗଛଲଗାଇ ବିଭାଘର କଲେ ବୃକ୍ଷପ୍ରେମୀ

ଗଛଲଗାଇ ବିଭାଘର କଲେ ବୃକ୍ଷପ୍ରେମୀ

33

ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନାବ୍ଲକ ଅନ୍ତର୍ଗତ ମାଳଦା ପଞ୍ଚାୟତ ରଘୁନାଥପୁର ଦଳିତସାହିର ବ୍ୟକ୍ତି ମହେଶ୍ୱର ଯେନା ବର ଓ ଅଶ୍ୱସ୍ତ ଗଛ ବିଭାଘର ସମ୍ପନ୍ନ କରି ବୃକ୍ଷପ୍ରେମର ନିଚ୍ଛକ ଉଦାହରଣ ସାଜିଛନ୍ତି। ଗତ ୬ ବର୍ଷ ପୂର୍ବେ କଣ୍ଟିଘାଇ ନିକଟ ଓଷଳା ନାଳ ନିକଟରେ ବାଟୋଇଙ୍କୁ ଛାୟା ପ୍ରଦାନର ଆବଶ୍ୟକତା ଅନୁଭବ କରି ଶ୍ରୀ ଯେନା ବର ଓ ଅଶ୍ୱସ୍ତ ଗଛ ରୋପଣ କରିଥିଲେ। ଯତ୍ନ ସହକାରେ ଗଛ ଯୁଗଳ ବୃଦ୍ଧି ପାଇଥିଲା। କୌଳିକ ପୁରୋହିତ ବର ଓ ଅଶ୍ୱସ୍ତ ଗଛ ଯୁଗଳ ରୋପଣ କଲେ ବିବାହ ପରମ୍ପରା ରହିଥିବା ନେଇ ଶ୍ରୀ ଯେନାଙ୍କୁ ଅବଗତ କରାଇଥିଲେ। ଏହାକୁ ଗ୍ରହଣ କରି ଆଜି ମହେଶ୍ୱର ପତ୍ନୀ ରମାମଣି କର୍ତ୍ତା ଓ କର୍ତ୍ତୀ ଭାବେ ବର ଓ କନ୍ୟାକୁ ମଙ୍ଗୁଳା କାର୍ଯ୍ୟ ସହ ନୋଳ, ମୁକୁଟ ପିନ୍ଧାଇ ବିଭାଘର କରାଇଥିଲେ। ପୁରେହିତ ଅଶୋକ ଦାଶ ଓ ଦୀନବନ୍ଧୁ ଦାଶ କୌସ୍ତୁଭ ସୂତ୍ରରେ ବରକନ୍ୟାକୁ ବନ୍ଧନରେ ଆବଦ୍ଧ କରିଥିଲେ। ବର ଓ ଅଶ୍ୱସ୍ତ ବୃକ୍ଷକୁ ଦେବତା ଭାବେ ଗ୍ରହଣ କରୁଥିବା ସମାଜରେ ଏହି ବିଭାଘରରେ ପରିବେଶପ୍ରେମୀ ଯୋଗଦେଇ ବୃକ୍ଷ ଦ୍ୱୟକୁ ସୁରକ୍ଷା ପାଇଁ ସଙ୍କଳ୍ପ କରିଥିଲେ। ମହେଶ୍ୱରଙ୍କ ଦୁଇପୁତ୍ର ଶିକ୍ଷକ ସୁଦର୍ଶନ, ବ୍ରଜମୋହନଙ୍କ ସମେତ ନିରଞ୍ଜନ, ଶଙ୍କର୍ଷଣ, ଆକାଶ, ରମାକାନ୍ତ, ତପନ, ରମାକାନ୍ତ, ରବିନ୍ଦ୍ର, ପ୍ରତାପ ବରାଳ, ରବିନ୍ଦ୍ର ମଲ୍ଲିକ, ଲୋଚନ କବି ପ୍ରମୁଖ ଏହି ବିଭାଘର କାର୍ଯ୍ୟରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.