Home ଜିଲ୍ଲା ପରିକ୍ରମା ରଶିଲଗାଇ ଯୁବକଙ୍କ ଆତ୍ମହତ୍ୟା

ରଶିଲଗାଇ ଯୁବକଙ୍କ ଆତ୍ମହତ୍ୟା

48

ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ସରସଦା ପଞ୍ଚାୟତ କୋଳିଗଡିଆ ଗ୍ରାମର ଯୁବକ ସୁପ୍ରଭାତ ସାହୁ(୨୩) ବେକରେ ରଶିଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ସୁପ୍ରଭାତ ଗ୍ରାମର ରାସ୍ତାପାର୍ଶ୍ୱରେ ଥିବା ଜନୈକ ବ୍ୟକ୍ତିର ବାଡି ପରିସର ଗଛରେ ଗତକାଲି ରାତି ପ୍ରାୟ ୭ଘ. ସମୟରେ ରଶିଦେଇଥିଲେ। ବାଟୋଇଙ୍କ ଠାରୁ ସୂଚନା ପାଇ ପରିବାର ଲୋକେ ସୁପ୍ରଭାତକୁ ଉଦ୍ଧାର କରି ଭଣ୍ଡାରିପୋଖରୀ ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ଥାନାକୁ ଜଣାଇଥିଲେ। ଥାନାରେ ଅପମୃତ୍ୟୁ ମାମଲା ଋଜୁ ହୋଇ ଶବ ଜବତ କରାଯାଇଥିଲା। ଆଜି ଶବ ବ୍ୟବଚ୍ଛେଦ କରାଯାଇ ଗ୍ରାମରେ ସଂସ୍କାର କରାଯାଇଥିଲା। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.