Home ଅପରାଧ ଗଛଡାଳ ପଡ଼ି ଛାତ୍ର ମୃତ୍ୟୁ ଘଟଣା: ପ୍ରଧାନ ଶିକ୍ଷକ ନିଲମ୍ବିତ

ଗଛଡାଳ ପଡ଼ି ଛାତ୍ର ମୃତ୍ୟୁ ଘଟଣା: ପ୍ରଧାନ ଶିକ୍ଷକ ନିଲମ୍ବିତ

158

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କ୍ଷେତ୍ରବାସୀ ଏକାଡେମୀ ହାଇସ୍କୁଲରେ ଆମ୍ବ ଗଛ ଡାଳ ପଡ଼ି ଛାତ୍ର ମୃତ୍ୟୁ ଘଟଣାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଉଦୟନାଥ ତ୍ରିପାଠୀଙ୍କୁ ନିଲମ୍ବିତ କରାଯାଇଛି।ଜିଲ୍ଲା ଶିକ୍ଷା ଅଧିକାରୀ ତାଙ୍କୁ ନିଲମ୍ବିତ କରିଛନ୍ତି।ସୂଚନାଯୋଗ୍ୟ ଯେ ନିରାକାରପୁର କ୍ଷେତ୍ରବାସୀ ଏକାଡେମୀ ସ୍କୁଲରେ ଫନି ପ୍ରଭାବରେ ଭାଙ୍ଗି ଦୁର୍ବଳ ହୋଇ ପଡ଼ିଥିବା ଏକ ଆମ୍ବଗଛ ଡାଳ ପଡ଼ି ଜଣେ ଦୂତିୟ ଶ୍ରେଣୀ ସ୍କୁଲ ଛାତ୍ରର ମୃତ୍ୟୁ ଘଟିଥିଲା।ଫନି ପରେ ପାଣ୍ଡବପାଟଣା ପ୍ରାଥମିକ ସ୍କୁଲ ଭାଙ୍ଗି ରୄଜି ଯାଇଥିବା ଯୋଗୁଁ ସେହି ସ୍କୁଲର ପିଲା ନିକଟସ୍ଥ କେ.ବି ଏକାଡେମୀ ନିରାକାରପୁର ହାଇସ୍କୁଲରେ ଥିବା ବାତ୍ୟା ଆଶ୍ରୟ ଗୃହରେ ପଢ଼ୁଥିଲେ।ସେହି ସ୍କୁଲର ଜଣେ ୨ୟ ଶ୍ରେଣୀ ଛାତ୍ର ରିତେଷ କୁମାର ପ୍ରଧାନ, ହାଇସ୍କୁଲ ପରିସରରେ ଥିବା ଏକ ଆମ୍ବ ଗଛ ତଳେ ଠିଆ ହୋଇଥିବା ବେଳେ ଅଧା ଛିଣ୍ଡି ଦୁର୍ବଳ ଅବସ୍ଥାରେ ଥିବା ଏକ ଡାଳ ତାଙ୍କ ଉପରେ ପଡ଼ିଯିବାରୁ ଛାତ୍ର ଜଣଙ୍କର ମୃତ୍ୟୁ ଘଟିଥିଲା।ଗୁରୁତ୍ୱର ଆହତ ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।ଫନି ପରେ ଅଧା ଛିଣ୍ଡି ରହିଥିବା ଗଛ ଡାଳଗୁଡ଼ିକୁ କାହିଁକି ସଂପୂର୍ଣ୍ଣ ଉଚ୍ଛେଦ କରାନଗଲା ଏବଂ ଏଥି ପାଇଁ କିଏ ଦାୟୀ, ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା।ଏହାପରେ ଜିଲ୍ଲା ଶିକ୍ଷା ଅଧିକାରୀ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି।//ଦେବଦତ୍ତ ରଥ

ଫନିର ୬ ମାସ ପରେ: ଗଛ ଡାଳ ପଡ଼ି ଛାତ୍ର ମୃତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.