Home କେନ୍ଦୁଝର ଖୋଲୁନି ପଞ୍ଚାୟତ ଅଫିସ, ଖରା ବର୍ଷାରେ ଠିଆହୋଇ ଭତ୍ତା ନେଉଛନ୍ତି ହିତାଧିକାରୀ

ଖୋଲୁନି ପଞ୍ଚାୟତ ଅଫିସ, ଖରା ବର୍ଷାରେ ଠିଆହୋଇ ଭତ୍ତା ନେଉଛନ୍ତି ହିତାଧିକାରୀ

106

ହାଟଡ଼ିହି, ୧୨/୬ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଲୋକଙ୍କୁ ଭତ୍ତା ଦେବାକୁ ଦୀର୍ଘ ୬ମାସ ଧରି ଡଅଁର ପଞ୍ଚାୟତ ଅଫିସ ଖୋଲାଯାଉ ନଥିବାରୁ ପଞ୍ଚାୟତର ଜିଆରଏସ ବାରଣ୍ଡାରେ ବସି ଲୋକଙ୍କୁ ଭତ୍ତା ବାଣ୍ଟୁଥିବାବେଳେ ଲୋକମାନେ ଖରା ବର୍ଷାରେ ଠିଆ ହୋଇ ଭତ୍ତା ନେଉଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାଇ ଡଅଁର ପଞ୍ଚାୟତ ଅଫିସରେ ଦୀର୍ଘ ୬ମାସ ହେଲା ତାଲା ପଡିଥିବାବେଳେ ସରପଞ୍ଚଙ୍କ ସ୍ୱାମୀଙ୍କ ପାଖରେ ଚାବିକାଠି ଅଛି । ପଞ୍ଚାୟତର ଜିଆରଏସ ପ୍ରତି ମାସ ଭତ୍ତା ବାଣ୍ଟିବାକୁ ଆସୁଥିବାବେଳେ ଭତ୍ତା ବାଣ୍ଟିବା ପାଇଁ ସରପଞ୍ଚ ପଞ୍ଚାୟତ ଅଫିସ ଖୋଲୁ ନାହାନ୍ତି । ଫଳରେ ଜିଆରଏସ ଜଣକ ବାଧ୍ୟହୋଇ ଅଫିସର ବାରଣ୍ଡାରେ ବସି ଭତ୍ତା ବାଣ୍ଟୁଥିବାବେଳେ ହିତାଧିକାରୀ ମାନେ ଖରା ବର୍ଷାରେ ଠିଆ ହୋଇ ଭତ୍ତା ନେଉଛନ୍ତି । ଆଜି ପ୍ରବଳ ବର୍ଷା ସତ୍ତ୍ୱେ ଲୋକମାନେ ବର୍ଷାରେ ଭିଜି ଭିଜି ଭତ୍ତା ନେଉଥିବା ଦେଖିବାକୁ ମିଳିଥିଲା । ଏ ସମ୍ପର୍କରେ ଜି.ଆର.ଏସ ବିନୟ ମଲ୍ଲିକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ସରପଞ୍ଚ ଚାବି ଖୋଲୁ ନାହାନ୍ତି । ୬ମାସ ହେଲା ଖରାବର୍ଷାରେ ଏହିପରି ଭତ୍ତା ବାଣ୍ଟି ଆସୁଛି । ଘର ଖୋଲାଯାଉ ନଥିବାରୁ କୋଭିଡ ସମୟରେ ଲୋକମାନଙ୍କୁ ସାମାଜିକ ଦୁରତା ରକ୍ଷା କରାଇବା ମଧ୍ୟ ସମ୍ଭବ ହେଉ ନାହିଁ । ଏ ସମ୍ପର୍କରେ ପଞ୍ଚାୟତବାସୀଙ୍କ ପକ୍ଷରୁ ପିଇଓ ଓ ବିଡିଓଙ୍କୁ ବାରମ୍ବାର ଅଭିଯୋଗ କରାଯାଇଛି । ବାରଣ୍ଡାରେ ବସି ଲକ୍ଷ ଲକ୍ଷ ଭତ୍ତା ଟଙ୍କା ବାଣ୍ଟିବା କେତେଦୁର ସୁରକ୍ଷିତ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନବ ନିଯୁକ୍ତ ବିଡିଓ ଏଥିପ୍ରତି ଦୃଷ୍ଟି ଦେବାକୁ ଡଅଁର ପଞ୍ଚାତବାସୀ ଦାବି କରିଛନ୍ତି । ପୁର୍ବରୁ ଏହି ପଞ୍ଚାୟତରେ ୮୦ରୁ ଉର୍ଦ୍ଧ ମଲାଲୋକଙ୍କ ନାମରେ ଭତ୍ତା ଉଠୁଥିବା ଅଭିଯୋଗ ହେବାପରେ ପୁର୍ବତନ ବିଡିଓ ଜିଆରଏସଙ୍କୁ ଭତ୍ତା ବାଣ୍ଟିବା ପାଇଁ ନିର୍ଦ୍ଦେଶ ଦେବାପରେ ଏପରି ଅବସ୍ଥା ସୃଷ୍ଟି ହୋଇଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.