Home କେନ୍ଦୁଝର ଶଙ୍ଖୋ ଡାକଘର ଶାଖାରୁ ଲୋକେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ

ଶଙ୍ଖୋ ଡାକଘର ଶାଖାରୁ ଲୋକେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ

45

ହାଟଡ଼ିହି, ୧୨/୬ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଜନସାଧାରଣଙ୍କୁ ମୌଳିକ ସେବା ଯୋଗାଇଦେବାରେ ଓଡିଶା ସରକାରଙ୍କ ବିଫଳତାର ଖବର ଅନେକ ସମୟରେ ଗଣମାଧ୍ୟମରୁ ଜାଣିବାକୁ ମିଳୁଥିବାବେଳେ ଏବେ କେନ୍ଦ୍ର ସରକାରଙ୍କ ଡାକସେବା ବିଭାଗ ଗ୍ରାମାଞ୍ଚଳର ଲୋକଙ୍କୁ ମୌଳିକ ସେବା ଯୋଗାଇଦେବାରେ ବିଫଳ ହୋଇଥିବା ଜଣାଯାଇଛି । ଏହାର ଷ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି ହାଟଡିହି ବ୍ଲକ ଫକିରପୁର ଉପଡାକଘର ଅଧିନସ୍ଥ ଶଙ୍ଖୋ ଡାକଘର ଶାଖାରେ । ଏଠାରେ ଥିବା ଡାକଘରୁ ମୌଳିକ ସୁବିଧା ସୁଯୋଗ ପାଇବାରୁ ସ୍ଥାନୀୟ ଲୋକେ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାଇ ନଭେମ୍ବର ୨୦୨୦ରୁ ସେଠାକାର ପୋଷ୍ଟମାଷ୍ଟରଙ୍କ ପଦୋନ୍ନତି କାଳୀନ ବଦଳି ପରେ ଯେଉଁ ପୋଷ୍ଟମାଷ୍ଟର ସେଠାରେ କାର୍ଯ୍ୟ କରୁଛନ୍ତି ତାଙ୍କୁ ମନିଅର୍ଡର, ରୁରାଲ ପିଏଲଆଇ, ରେଜେଷ୍ଟି ଡାକ, ଷ୍ପିଡି ପୋଷ୍ଟ ଆଦି ମୌଳିକ ସେବା ଯୋଗାଇବା ନେଇ କ୍ଷମତା ଦିଆଯାଇ ନାହିଁ । ଯାହାଦ୍ୱାରା ଏହି ଡାକଘର ଅଧିନରେ ଥିବା ୧୧ଟି ଗ୍ରାମର ୨୦ହଜାରରୁ ଉର୍ଦ୍ଧ ଲୋକମାନେ ଏହିସବୁ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି । ଏପରିକି ଡାକଘରଟି ଭଡାଘରେ ଚାଲୁଥିବାବେଳେ ଘର ମାଲିକଙ୍କୁ ଘରଭଡା ଦେବାରେ ପୋଷ୍ଟମାଷ୍ଟର ନିଜର ଅକ୍ଷମତା ପ୍ରକାଶ କରୁଛନ୍ତି । ଏହାକୁନେଇ ସମ୍ପୃକ୍ତ ପୋଷ୍ଟମାଷ୍ଟର ବିଭାଗୀୟ ଅଧିକାରୀଙ୍କୁ ଏକାଧିକବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ । ଯଦି ତୁରନ୍ତ ଏ ସମସ୍ତ ସମସ୍ୟାର ଆଶୁ ସମାଧାନ କରାନଯାଏ ତେବେ ଅଞ୍ଚଳବାସୀଙ୍କ ତରଫରୁ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.