Home ଓଡ଼ିଶା କୋଭିଡ ର ଉତମ ପରିଚାଳନା ପାଇଁ ମାଲକାନଗିରି ଜିଲ୍ଲାପ୍ରଶାସନକୁ ମିଳିତି ଜାତି ସଂଘ ପକ୍ଷରୁ...

କୋଭିଡ ର ଉତମ ପରିଚାଳନା ପାଇଁ ମାଲକାନଗିରି ଜିଲ୍ଲାପ୍ରଶାସନକୁ ମିଳିତି ଜାତି ସଂଘ ପକ୍ଷରୁ ପ୍ରଶଂସା

54

ମାଲକାନଗିରି,୧୨ ।୬ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ ଭୟାବହ କରୋନା ମହାମାରି ଗ୍ରାସ କରି ଅନେକ ଲୋକଙ୍କ ଜୀବନ ନେବା ସହିତ ଲକ୍ଷାଧିକ ଲୋକ କରୋନାରେ ସଂକ୍ରମଣ ହୋଇ ଛଟପଟ ହେଉଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା କୋଭିଡ ନିୟନ୍ତ୍ରଣରେ ଉତମ ପରିଚାଳନା ପାଇଁ ମିଳିତ ଜାତି ସଂଘ ବିକାଶ କାର୍ଯ୍ୟକ୍ରମ ପକ୍ଷରୁ ପ୍ରଶଂସା କରାଯାଇଛି । ଓଡିଶା ରାଜ୍ୟର ୨୯ଟି ଜିଲ୍ଲାରେ କରୋନା ସଂକ୍ରମଣ ଅଧିକ ଦେଖା ଦେବାସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ଥିବା ବେଳେ ଆନ୍ଦ୍ରପ୍ରଦେଶ, ଛତିଶଗଡ,ତାଲେଙ୍ଗାନା ରାଜ୍ୟ ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସପାଇବାରେ ଲାଗିଛି, ଜିଲ୍ଲାପ୍ରଶାସନ ପକ୍ଷରୁ ଆନ୍ଦ୍ରପ୍ରଦେଶ, ତେଲାଙ୍ଗାନା,ଛତିଶଗଡ ତିନୋଟି ରାଜ୍ୟର ପ୍ରବେଶ ଦ୍ୱାରା ସୀମାନ୍ତ ମୋଟୁ ଚେକ ପୋଷ୍ଟ ଠାରେ ଘରବାହୁଡା ହେଉଥିବା ପ୍ରବାସୀ ଶ୍ରମିକ ମାନଙ୍କ ପ୍ରତି ଉତମ ବ୍ୟବହାର,କୋଭିଡ ହସପିଟାଲ,କ୍ୱାରେଟାଂଇନ ସେଟଂର,କରୋନା ଆକ୍ରାନ୍ତ ରୋଗିଙ୍କ ଉତମ ଚିକିତ୍ସା ପରିଚାଳନା ରେ ଉତମ ପଦକ୍ଷେପ ନେଇ କରୋନା ସଂକ୍ରମଣ ରୁ ଜିଲ୍ଲାବସୀଙ୍କୁ ସୁରକ୍ଷିତ ରଖିପାରିଛନ୍ତି । ମିଳିତି ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି) ତରଫରୁ ଆସ୍ପିରେସନନାଲ୍ ଜିଲ୍ଲା କାର୍ଯ୍ୟକ୍ରମ କ୍ଷେତ୍ରରେ ଭାରତକୁ ଆସିଥିବା ରିପୋର୍ଟ ମୁତାବକ କୋଭିଡ ପରିଚାଳନା ପାଇଁ ଓଡିଶାର ମାଲକାନଗିରି ଜିଲ୍ଲାକୁ ପ୍ରଶଂସା କରାଯାଇଛି । ଉତମ କୋଭିଡ ପରିଚାଳନା ପାଇଁ ଜିଲ୍ଲାପ୍ରଶାସନ ଓ ଜିଲ୍ଲାବାସୀଙ୍କୁ ମଧ୍ୟ ପ୍ରଶଂସା କରାଯାଇଛି । ମାଲକାନଗରି ଜିଲ୍ଲାପାଳ ଡକ୍ଟର ୟେଦୁଲା ବୀଜୟ ଓ ସିଡିଏମଓ ଡାକ୍ତର ପ୍ରଫୁଲକୁମାର ନନ୍ଦ ୟୁଏନଡିପି ସଂସ୍ଥା କୁ ସାଧୁବାଦ ଜଣାଇବା ସହିତ କୋଭିଡ କଟକଣାକୁ ଠିକ ଭାବେ ପାଳନ କରି ଜିଲ୍ଲାପ୍ରଶାସନକୁ ସହ ଯୋଗର ହାତ ବଡଇାଥିବାରୁ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.