Home ଓଡ଼ିଶା ଖୋର୍ଦ୍ଧାରୋଡ଼-ନୟାଗଡ଼ ଟାଉନ ପାସେଞ୍ଜରକୁ ମହିପୁର ପର୍ଯ୍ୟନ୍ତ ସମ୍ପ୍ରସାରଣର ଶୁଭ ଉଦ୍‌ଘାଟନ

ଖୋର୍ଦ୍ଧାରୋଡ଼-ନୟାଗଡ଼ ଟାଉନ ପାସେଞ୍ଜରକୁ ମହିପୁର ପର୍ଯ୍ୟନ୍ତ ସମ୍ପ୍ରସାରଣର ଶୁଭ ଉଦ୍‌ଘାଟନ

263

ନୟାଗଡ଼, ୨୬ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଏବଂ ଇସ୍ପାତ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଖୋର୍ଦ୍ଧାରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ନୟାଗଡ଼ ଟାଉନ ଠାରୁ ମହିପୁର ରେଳ ଲାଇନକୁ ଦେଶପାଇଁ ସମର୍ପିତ କରିଥିଲାବେଳେ ନୟାଗଡ଼ ଟାଉନ ଷ୍ଟେସନରେ ଖୋର୍ଦ୍ଧାରୋଡ଼-ନୟାଗଡ଼ ଟାଉନ ପାସେଞ୍ଜର ଟ୍ରେନକୁ ମହିପୁର ପର୍ଯ୍ୟନ୍ତ ସମ୍ପ୍ରସାରଣର ଶୁଭ ଉଦ୍‌ଘାଟନ କରିଛନ୍ତି। ଏଥିପାଇଁ ଆୟୋଜିତ ଏକ ଭବ୍ୟ ଉତ୍ସବରେ ରାଜ୍ୟ କୃଷି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ, ଜିଲାପାଳ ଡ.ପୋମା ଟୁଡୁ, ରେଳ ବିଭାଗର ମଣ୍ଡଳ ମହା ପ୍ରବନ୍ଧକ ବିଦ୍ୟାଧର ଓ ମଣ୍ଡଳ ପ୍ରବଦ୍ଧକ ଶଶିକାନ୍ତ ସିଂ, ଏବଂ ରେଳ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ନୟାଗଡ ଜିଲାବାସୀଙ୍କର ବହୁଦିନର ଆଶା, ଆକାଂକ୍ଷା ପୂରଣ ହୋଇଥିବା ପ୍ରକାଶ କହିଥିଲେ। ଖୋର୍ଦ୍ଧାରୋଡ଼ଠାରୁ ନୟାଗଡ଼ ଟାଉନ ଷ୍ଟେସନକୁ ଆସୁଥିବା ୨ଟି ଯାକ ପାସେଞ୍ଜର ଟ୍ରେନ ମହିପୁର ପର୍ଯ୍ୟନ୍ତ ଚଳାଚଳ କରିବ। ନୟାଗଡ଼ ଷ୍ଟେସନରେ ରାତିରେ ରହୁଥିବା ପାସେଞ୍‌ର ଟ୍ରେନ ଆଉ ନୟାଗଡ଼ରେ ନରହି ଏଣିକି ମହିପୁରଠାରେ ରାତ୍ରି ରହଣି କରିବ। ଖୋର୍ଦ୍ଧାରୋଡ଼ରୁ ସକାଳ ୮ଟାରେ ବାହାରୁଥିବା ୫୮୪୨୯ ନମ୍ବର ପାସେଞ୍ଜର ଟ୍ରେନ ଆସନ୍ତାକାଲିଠାରୁ ମହିପୁରକୁ ଚାଲିବ। ମହିପୁରରୁ ଏହି ଟ୍ରେନଟି ସକାଳ ୯ଟା ୪୫ରେ ବାହାରି ସକାଳ ୧୦ଟାରେ ନୟାଗଡ଼ ଟାଉନଷ୍ଟେସନ ଠାରେ ପହଂଚି ଖୋର୍ଦ୍ଧାରୋଡ଼ ଯିବ। ସେହିପରି ପୁରୀରୁ ବାହାରୁଥବା ୫୮୪୨୩୧ ନମ୍ବର ପାସେଞ୍ଜର ଟ୍ରେନ ଖୋର୍ଦ୍ଧାରୋଡ଼ରେ ସନ୍ଧ୍ୟା ୭ଟାରେ ପହଂଚି ନୟାଗଡ଼ ଟାଉନ ଅଭିମୂଖେ ଆସି ମହିପୁରରେ ପହଂଚିବ ଏବଂ ତା’ବାସୀଦିନ ସକାଳ ୧୦ଟାରୁ ବାହାରି ପୁରୀ ଅଭିମୁଖେ ଯିବ। ମହିପୁରକୁ ଟ୍ରେନ ଚଳାଚଳ କରିବା ପରେ ମହପୁର ଅଂଚଳର ଲୋକମାନଙ୍କ ଭିତରେ ଉତ୍ସାହ ଦେଖାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.