Home ଜିଲ୍ଲା ପରିକ୍ରମା ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ଉ, ପାନୀୟ ଜଳ ବୋତଲ ଉତ୍ପାଦନ ୟୁନିଟ୍ ସିଲ୍‌

ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ଉ, ପାନୀୟ ଜଳ ବୋତଲ ଉତ୍ପାଦନ ୟୁନିଟ୍ ସିଲ୍‌

31

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ବରପଦା ଠାରେ ଥିବା ନାୟକ ଏଣ୍ଟରପ୍ରାଜରସ୍‌ର ପାନୀୟ ଜଳ ବୋତଲ ପ୍ରସ୍ତୁତି ଓ ପ୍ୟାକେନିଂ ୟୁନିଟ୍ କୁ ଆଜି ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗ ଚଢ଼ଉ କରି ସିଲ୍ କରିଦଇଛି । ସୂଚନା ଯୋଗ୍ୟକି ଏହି ଉଦ୍ୟୋଗର ବି.ଆର.ଏସ୍‌. ପ୍ରମାଣ ପତ୍ରର ଅବଧି ସମାପ୍ତ ହୋଇଯାଇଥିଲେ ବି ତାର ନବୀକରଣ କରାନଯାଇ ଉତ୍ପାଦନ ଚାଲୁ ରହିଥିଲା । ଖାଦ୍ୟ ନିରାପତ୍ତା ବିଭାଗର ଡେଜିଗ୍‌ନେଟେଡ଼୍ ଅଧିକାରୀ ତଥା ଡି.ପି.ଚେ.ଓ ଡା ଭାରତୀ ରାଉତଙ୍କୁ ନେତୃତ୍ୱରେ ଏହି ଚଢ଼ଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ବିଭୁଦତ୍ତ ଦାସଙ୍କ ସହିତ ପୋଲିସ୍ ଓ ଟିମ୍‌ର ଅନ୍ୟ କର୍ମଚାରୀ ସାମିଲ ଥିଲେ । ସେଠାରେ ଥିବା ସମସ୍ତ ପାନୀୟ ବୋତଲ ପ୍ୟାକେଟକୁ ନଷ୍ଟ କରି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.