Home ଓଡ଼ିଶା ଶ୍ରମିକ କୋର୍ଡ କୁ ରଣପୁର ରେ ଶ୍ରମିକ ମାନେ ପ୍ରତିବାଦ କରି ପୋଡିଲେ

ଶ୍ରମିକ କୋର୍ଡ କୁ ରଣପୁର ରେ ଶ୍ରମିକ ମାନେ ପ୍ରତିବାଦ କରି ପୋଡିଲେ

46

ନୟାଗଡ/୩/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- କେନ୍ଦ୍ର ମୋଦି ସରକାର ଙ୍କ ଶ୍ରମିକ ଆଇନ୍ କୁ ପରିବର୍ତ୍ତନ କରି ଶ୍ରମିକ କୋର୍ଡ ରେ ପରିଣତ କରିବାକୁ ବିରୋଧ କରି ଶ୍ରମିକ ନେତା ସୁରେଶ ସ୍ୱାଇଁ ଙ୍କ ନେତୃତ୍ୱ ରେ ସିଟୁ ଓ ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିଅନ୍ ତରଫରୁ ରଣପୁର ପଞ୍ଚୁଦୋଳ ପଡିଆରେ ଫେବୃୟାରୀ ୩ ତାରିଖ ମଧ୍ୟାନ୍ନ ରେ ଏକ ବିକ୍ଷୋଭ କରାଯାଇଥିଲା । ଏହି ପ୍ରତିବାଦ ରେ ଆଶାକର୍ମୀ , ପାଚିକା ,ନିର୍ମାଣ ଶ୍ରମିକ ଓ ଚାଷୀ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

ଏହି ପ୍ରତିବାଦ ଶୋଭା ରେ ଶୁଶିଲ୍ ମହାନ୍ତି, ଗଦାଧର ପ୍ରଧାନ, ଭିକାରୀ ଚରଣ ସାହୁ, ବିପ୍ଲବ ମିଶ୍ର ଆଦି ବକ୍ତାମାନେ କେନ୍ଦ୍ର ସରକାର ଙ୍କ ମାଲିକ ସପକ୍ଷ ବାଦି ଓ ଶ୍ରମିକ ବିରୋଧି ମନୋ ଭାବ କୁ ତିବ୍ରସମାଲୋଚନା କରିଥିଲେ । ଆଚ୍ଛାଦିନ୍ , ସବ୍‌କା ସାଥି ଓ ସବ୍‌କା ବିକାଶ ନାରା ଦେଉଥିବା ମୋଦିଜୀ ଶ୍ରମିକ ମାନଙ୍କ ପ୍ରତି ବେଇମାନୀ କରିଛନ୍ତି ବୋଲି ବକ୍ତବ୍ୟ ରଖିଥିଲେ । ଶେଷରେ ଆନୁଷ୍ଠାନିକ ଭାବେ ୪ ଟି ଶ୍ରମିକ କୋର୍ଡ କୁ ସର୍ବ ସମ୍ମୁଖ ରେ ନିଆଁ ଲଗାଇ ପୋଡିଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.