Home ଜିଲ୍ଲା ପରିକ୍ରମା ଖବର ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କ ଖୁଣ୍ଟିପଦର ଗସ୍ତ

ଖବର ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କ ଖୁଣ୍ଟିପଦର ଗସ୍ତ

41

ନବରଙ୍ଗପୁର ୧୪/୮ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଖୁଣ୍ଟିପଦର ଗ୍ରାମରେ ଦିନକୁ ଦିନ ଝାଡ଼ାବାନ୍ତି ବ୍ୟାପୁଥିବା ଖବର ଗତକାଲି ଗଣମାଧ୍ୟମରେ ପ୍ରକାଶ ପାଇବା ପରେ, ସ୍ୱାସ୍ଥ୍ୟ ବିଭାଗ ଆଜି ଝାଡ଼ାବାନ୍ତି ଗ୍ରାମକୁ ଗସ୍ତ କରି ଆବଶ୍ୟକ ମେଡିସିନ ଦେଇ କି ଆସିଥିବା ଖବର ମିଳିଛି। ନିଜେ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ସମଲାଇ ପ୍ରସାଦ ପଣ୍ଡା, ପ୍ରଦୀପ ଦାସ ସମେତ ଏକ ଟିମ୍ ସହିତ ଗ୍ରାମକୁ ଗସ୍ତ କରିଥିଲେ। ଉକ୍ତ ଗ୍ରାମକୁ ଯାଇଥିଲେ ମଧ୍ୟ ଗ୍ରାମରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆଜି ଟଙ୍କଧର ସାନ୍ତା ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିବା ବେଳେ, ଗଡୁରୁ ସାନ୍ତା ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ତାନାନ୍ତରଣ କରାଯାଇ ଥିବା ସୂଚନା ମିଳିଛି। ପରିମଳ ବ୍ୟବସ୍ଥା ଦୁର୍ଗନ୍ଧରେ ନାକ ଦେଇ ହେଉନାହି। ଏହି ବିଷୟରେ ଡ଼ା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ କାଲି ଆସିଲେ ଆବଶ୍ୟକ ବ୍ୟବସ୍ଥା କରିବେ ବୋଲି ଗ୍ରାମବାସୀଙ୍କୁ ସୂଚନା ଦେଇଥିବା କହିଛନ୍ତି। ଅପରପକ୍ଷରେ ଦିନକୁ ଦିନ ରୋଗୀ ବଢିବା ଯୋଗୁ ସ୍ବାସ୍ଥ୍ୟ ବିଭାଗର ଚେତା ହଜିଯାଇଥିବା ସୂଚନା ମିଳିଛି। ଏଠାରେ ସ୍ବାସ୍ଥ୍ୟ ଟିମ୍ ଯାଇ ଚିକିତ୍ସା ନକଲେ ଦିନକୁ ଦିନ ବଢି ଚାଲିଥିବ ଏଣୁ ବେଳ ଥାଉ ଥାଉ ସ୍ବାସ୍ଥ୍ୟ ବିଭାଗ ଜାଗ୍ରତ ନ ହେଲେ ଆଗକୁ ପରିସ୍ଥିତି ଭୟାନକ ହେବାର ସମ୍ଭାବନା ଦେଖା ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.